ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କୁ ବିରୋଧ

ଟିଟିଲାଗଡ଼ : ଟିଟିଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କୁ ଗ୍ରାମବାସୀଙ୍କ ବିରୋଧ । ନବୀନ ଜୈନ ସଇଁତଳା ବ୍ଲକର କେରମେଲି ପଞ୍ଚାୟତ ଲାଚୁଟ ଗାଁକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ସମୟରେ ତାଙ୍କୁ ଗ୍ରାମବାସୀ ବିରୋଧ କରିଥିଲେ । ନବୀନ ଗାଁ ଗାଁ ବୁଲି ମିଥ୍ଯା ପ୍ରତିଶୃତି ଦେବା ସହିତ ରାଜ୍ଯ ସରକାର କୌଣସି କାମ କରନିଥିବା କହିଛନ୍ତି । ଫଳରେ ଗ୍ରାମବାସୀମାନେ ବିରୋଧ କରି ତାଙ୍କୁ ଗାଁରୁ ବାହାର କରିଦେଇଥିଲେ । ଗତ ଦୁଇଦିନ ତଳେ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ସଇଁତଳା ବ୍ଲକ ଅନ୍ତର୍ଗତ ଖଲିଆପାଲି ଗାଁରେ ମିଥ୍ୟା ଓ ଅପପ୍ରଚାର କରୁଥିବା ସମୟରେ ଗ୍ରାମବାସୀ ଗାଁରୁ ବିଦା କରିଦେଇଥିବା ଭିଜୁଆଲ ଭାଇରାଲ୍ ହୋଇଥିଲା ।