spot_img

Latest Posts

ସଂସଦରେ ପୁଣି ଉଠିଲା ଆଦାନୀ ପ୍ରସଙ୍ଗ ; କକ୍ଷତ୍ୟାଗ କଲେ କଂଗ୍ରେସ ସମେତ ଅନ୍ୟ ଦଳ

ନୂଆଦିଲ୍ଲୀ : ସଂସଦରେ ଯଦିଓ ଅଚଳାବସ୍ଥା ନାହିଁ, ତଥାପି ସ୍ଵାଭାବିକ ପରିସ୍ଥିତି ମଧ୍ୟ ଫେରି ନାହିଁ। ଗୃହରେ ଆଜି ମଧ୍ୟ ଆଦାନୀ ପ୍ରସଙ୍ଗ ଉଠିଛି। ବିଭିିନ୍ନ ପ୍ରକଳ୍ପ ହାତେଇବାକୁ ଆଦାନୀ ତରଫରୁ ୨ ହଜାର କୋଟି ଟଙ୍କାର ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଥିଲା। ଏହାକୁ ଆଜି ମଧ୍ୟ ପ୍ରସଙ୍ଗ କରିଛନ୍ତି ବିରୋଧୀ। ଏହା ଉପରେ ସଂସଦରେ ଆଲୋଚନା କରିବାକୁ ଦାବି କରିଛନ୍ତି। କିନ୍ତୁ ଅନୁମତି ନ ମିଳିବାରୁ କଂଗ୍ରେସ ସମେତ ବିଭିନ୍ନ ଦଳ କକ୍ଷ ତ୍ୟାଗ କରିଛନ୍ତି।

ତେବେ ଗୃହରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଛନ୍ତି ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସ। ଏଥିରୁ ଜଣାପଡୁଛି ବିରୋଧୀ ଗୋଷ୍ଠୀ ମଧ୍ୟରେ ରହିଛି ଫାଟ। ଫ୍ଲୋର୍ ମ୍ୟାନେଜମେଣ୍ଟରେ ତାଳମେଳ ନାହିଁ। ଗତ ୪ ଦିନ ହେଲାଣି ଆଦାନୀ ଲାଞ୍ଚ ପ୍ରସଙ୍ଗରେ ସଂସଦ ହୁଲସ୍ତୁଲ ହୋଇଥିଲା। ତେବେ ସଂଧ୍ୟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ସମ୍ଵିଧାନ ଉପରେ ଆଲୋଚନା କରିବାକୁ ସହମତି ହୋଇଥିଲା। ଆଶା କରାଯାଉଥିଲା, ଆଜିଠାରୁ ସ୍ଵାଭାବିକ ଭାବେ ଗୃହ ଚାଲିବ। କିନ୍ତୁ ସେପରି ହୋଇନାହିଁ। ଆଦାନୀ ପ୍ରସଙ୍ଗରେ ଆଲୋଚନା ଦାବି କରି କକ୍ଷତ୍ୟାଗ କରିଛନ୍ତି ବିରୋଧୀ। କେତେକ ଦଳ ମଣିପୁର, ସମ୍ଭଲ, ଚାଷୀ ଆନ୍ଦୋଳନ, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ପାଇଁ ଦାବି କରିଛନ୍ତି।

Latest Posts

Don't Miss