spot_img

Latest Posts

କବି ରମାକାନ୍ତ ରଥଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଶିଷ୍ଟ କବି ରମାକାନ୍ତ ରଥଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ସେ କହିଛନ୍ତି, ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତର ଜଣେ ସଫଳ ସ୍ରଷ୍ଟା। ତାଙ୍କର ସୃଷ୍ଟି ସମ୍ଭାର ତାଙ୍କ ପାଇଁ ଅନେକ ଯଶ ଓ ସମ୍ମାନ ଆଣିଦେଇଥିଲା ।

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ପାଇଁ ସେ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବେ। ଜଣେ ବିଜ୍ଞ ତଥା ଦକ୍ଷ ପ୍ରଶାସକ ଭାବରେ ମଧ୍ୟ ରମାକାନ୍ତ ରଥଙ୍କର ବିଶେଷ ସୁନାମ ରହିଥିଲା। ତାଙ୍କର ବିୟୋଗ ସାହିତ୍ୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣେଇଛନ୍ତି।

Latest Posts

Don't Miss