ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ
1 min readଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ୧୫ ଦିନ ତଳୁ କୋଭିଡ୍ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ଏବେ ପୋଷ୍ଟ କୋଭିଡ ଚିକିତ୍ସାରେ ଅଛନ୍ତି । ଏବେ ସେ ଚଳାବୁଲା କରିବା ସହ ସଲିଡ୍ ଖାଦ୍ୟ ବି ଖାଇ ପାରୁଛନ୍ତି । ଏହିଭଳି ସ୍ଥିତି ରହିଲେ ଆଉ ୩-୪ ଦିନରେ ତାଙ୍କୁ ଡିସଚାର୍ଜ କରିଦିଆଯିବ । ତାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଏବଂ ପ୍ରତିଦିନ ମନିଟରିଂ କରାଯାଉଛି । ଆଜିକୁ ଠିକ ଦୁଇ ମାସ ତଳେ ଏପ୍ରିଲ ୨୦ ତାରିଖରେ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।