spot_img

Latest Posts

ଜୟନାରାୟଣଙ୍କ ମାନସିକ ସ୍ଥିତି ଠିକ ନାହିଁ, ବିଜେପି ନେତାଙ୍କୁ ଅନୁରୋଧ ତୁରନ୍ତ ଚିକିତ୍ସା କରାଅ: ଲେନିନ୍

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରଣ ମିଶ୍ରଙ୍କୁ ବିଜେଡିର ଟାର୍ଗେଟ । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଲେ- ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । କୋଲକାତାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସକ୍‌ ଟ୍ରିଟମେଣ୍ଟକୁ ଡରି ଲୁଚିକି ପଳାଇ ଆସିଛନ୍ତି । ଚିକିତ୍ସା ସମ୍ପୂର୍ଣ୍ଣ ହୋଇନି, ତେଣୁ ପ୍ରତିଦିନ କିଛି ନା କିଛି ବାଉଳି ଚାଉଳି ହେଉଛନ୍ତି । ଏହାସହ ତାଙ୍କୁ ତୁରନ୍ତ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପରାମର୍ଶ ଦେଇଛନ୍ତି ।

ଲେନିନ କହିଛନ୍ତି, ‘କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିଥିବା ବେଳେ ଜୟନାରାୟଣ ମିଶ୍ର କୋଲକାତାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେଣୁ ସେତେବେଳେ କ’ଣ ଘଟିଥିଲା ତାହା ଜାଣିବା ତାଙ୍କ ପକ୍ଷେ ସମ୍ଭବ ପର ନଥିଲା । ସେଥିପାଇଁ ଗଣମାଧ୍ୟମ ସାମ୍ନାରେ ପୁଣି ନିଜର ପାଗଳାମି ଦେଖାଇଛନ୍ତି ।’

ମନମୋହନଙ୍କୁ ସମ୍ବାଲପୁର ନଯିବାକୁ ପରାମର୍ଶ

ଏହି କ୍ରମରେ ବିଜେପି ରାଜ୍ୟ ସଭାପତି ସାମଲଙ୍କୁ ସମ୍ବଲପୁର ନଯିବାକୁ ଲେନିନ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ‘ମନମୋହନ ବାବୁଙ୍କୁ ଅନୁରୋଧ, ତୁରନ୍ତ ଜୟନାରାୟଣଙ୍କ ଚିକିତ୍ସା ବ୍ୟବସ୍ଥା କରାନ୍ତୁ । ଚିକିତ୍ସା ନସରିଲା ପର୍ଯ୍ୟନ୍ତ ଦୟାକରି ସମ୍ବଲପୁର ଯାଆନ୍ତୁନି । ନଚେତ ବଲାଙ୍ଗୀରରେ ସିନା ଆପଣ ଅଳ୍ପକେ ମାଡ ଖାଇବାରୁ ବର୍ତ୍ତିଗଲେ, ହେଲେ ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ବାଚଳାମିରୁ ବର୍ତ୍ତି ପାରିବେ ନାହିଁ ।’ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସହ କଣ ଘଟିଥିଲା ସେ କଥା ବି ମନମୋହନଙ୍କୁ ମନେ ପକାଇ ଦେଇଛନ୍ତି ଲେନିନ ।

ଏହାସହ ଜୟନାରାୟଣଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅଣଦେଖା ନକରିବାକୁ ସବୁ ବିଜେପି ନେତାଙ୍କୁ ପରାମର୍ଶ ଦେବା ସହ ତୁରନ୍ତ ଉତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଛନ୍ତି ।

Latest Posts

Don't Miss