ସତ ଦେଖାଉଛି ନନ୍ଦିଘୋଷ ଟିଭି, ରାଗ ସୁଝାଉଛନ୍ତି ଜୟନାରାୟଣ

ଭୁବନେଶ୍ବର :  ମାନସିକ ଭାରସାମ୍ୟ ହରାଇଲେଣି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ନିଜ ଦୋଷ ଦୁର୍ବଳତା ଓ ଅପରାଧକୁ ଲୁଚାଇବାକୁ ଗଣମାଧ୍ୟମ ଉପରେ ଦାଉ ସାଜୁଛନ୍ତି। ମହିଳା ଆଇଆଇସିଙ୍କୁ ଆକ୍ରମଣ କରି ଜୟନାରାୟଣ ନିଜ ସବୁ ପଦ ମର୍ଯ୍ୟାଦାକୁ ଧୂଳିସାତ୍ କରି ସାରିଛନ୍ତି। ଯେଉଁଥିପାଇଁ ବିଭିନ୍ନ ମହଲରୁ ଜୟନାରାୟଣ ବିରୋଧୀ ଦଳ ନେତା ପଦରେ ରହିବା ଉଚିତ ନୁହେଁ ବୋଲି ଦାବି ହେଉଥିଲା।

ଏକ ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମ ଭାବେ ନନ୍ଦିଘୋଷ ଟିଭି ଏହି ଖବରକୁ ନିୟମିତ ପ୍ରସାରିତ କରିଆସୁଛି। ମହିଳା ଆଇଆଇସିଙ୍କ ଉପରେ ଆକ୍ରମଣ ସାଙ୍ଗକୁ ଜୟନାରାୟଣଙ୍କର ଅପରାଧିକ ପୃଷ୍ଠଭୂମିର ମଧ୍ୟ ଖୁଲାସା ବି କରିଥିଲା ନନ୍ଦିଘୋଷ ଟିଭି।  ଏଥିପାଇଁ ନନ୍ଦିଘୋଷ ଟିଭି ଉପରେ ରାଗ ସୁଝାଉଛନ୍ତି ଜୟନାରାୟଣ ମିଶ୍ର। ବିଧାନସଭାରେ ସିଧାସଳଖ ଭାବେ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେବେ ନାହିଁ ବୋଲି ମନା କରିଛନ୍ତି ଜୟନାରାୟଣ ।