ବିଧାନସଭାରେ ଉଠିଲା ଓଡ଼ିଆ ଭାଷାର ସୁରକ୍ଷା ପ୍ରସଙ୍ଗ, ବିରୋଧୀଙ୍କ ପ୍ରଶ୍ନ କାହିଁକି ମିଳୁନାହିଁ ଟଙ୍କା ?

ଭୁବନେଶ୍ବର : ଓଡ଼ିଆ ଭାଷାକୁ ନେଇ ଗୃହରେ ଦେଖାଦେଇଛି ହଟ୍ଟଗୋଳ । ଓଡ଼ିଆ ଭାଷା ସଂସ୍କୃତିକୁ ଅବହେଳା କରାଯାଉଛି । କେନ୍ଦ୍ର ସରକାର ଭାଷା ସୁରକ୍ଷା ପାଇଁ ୩୦୦ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ବି ମିଳିନାହିଁ ।
ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ବିଭାଗୀୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହକୁ ଜଣାଇବାକୁ ରୁଲିଂ ଦେଇଥିଲେ । ବାଚସ୍ପତିଙ୍କ ରୁଲିଂ କଂଗ୍ରେସ ବିଧାୟକଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଏହି ପ୍ରସଙ୍ଗରେ ହଟ୍ଟଗୋଳ ହେବାରୁ ଗୃହକୁ ୧୫ ମିନିଟ୍ ପାଇଁ ମୁଲତବୀ ରଖିଥିଲେ ବାଚସ୍ପତି ।