ସିବିଆଇ ତଦନ୍ତ ଦାବିରେ ବିରୋଧୀ ଅଟଳ

1 min read

ଭୁବନେଶ୍ୱର: ସ୍ମିତାରାଣୀ ମାମଲାରେ ଗୃହରେ ଆଲୋଚନା ହେବା ସହ ଉତ୍ତର ରଖିସାରିଛନ୍ତି ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ କହିଥିଲେ, ଏହା ହତ୍ୟା ନୁହେଁ, ଆତ୍ମହତ୍ୟା । ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେ ବର୍ତ୍ତମାନ ଜେଲରେ ଅଛନ୍ତି । ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରିରହିଛି । ହେଲେ ଏହା ସହ କିନ୍ତୁ ରାଜି ହୋଇପାରିନି ମୁଖ୍ୟ ବିରୋଧୀ ବିଜେପି । ବିଜେପି ଆଜି ଏହି ପ୍ରସଂଗରେ ଦୃଢ଼ ପ୍ରତିବାଦ କରିଥିଲା । ଦଳ ପୁଣି ସିବିଆଇ ତଦନ୍ତ ଦାବି ଦୋହରାଇବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।

ସେପଟେ କଂଗ୍ରେସ ମଧ୍ୟ ସ୍ମିତରାଣୀ ପ୍ରସଂଗରେ ଆଜି ବିଧାନସଭାରେ ତୁମ୍ବିତୁଫାନ କରିଥିଲା । ଦଳ କହିଥିଲା, ସ୍ମିତାରାଣୀ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି । ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ।

ଗୃହକାର୍ଯ୍ୟ ସ୍ୱାଭାବିକ ନହେବାରୁ ବାଧ୍ୟହୋଇ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ସେପଟେ ଶାସକ ଦଳ କହିଛି, ସ୍ମିତାରାଣୀ ମାମଲାରେ ସରକାର କାର୍ଯାନୁଷ୍ଠାନ ନେଇସାରିଛନ୍ତି । ଏହା ସତ୍ତ୍ୱେ ବିରୋଧୀ ଏକ ତୁଛା ରାଜନୀତି କରୁଛନ୍ତି । କୌଣସି ପ୍ରସଂଗ ନଥିବାରୁ ବିରୋଧୀ ଏହାକୁ ନେଇ ଅଯଥା ରାଜନୀତି କରୁଥିବା ଶାସକ ଦଳ କହିଛି । ')}

Leave a Reply