ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିରୋଧୀ କରୁଛନ୍ତି ହୀନ ରାଜନୀତି

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିରୋଧୀ କରୁଛନ୍ତି ହୀନ ରାଜନୀତି। ବିରୋଧୀଙ୍କ ଏ ହୀନ ରାଜନୀତି କାହିଁକି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସହିନପାରି ବିରୋଧୀ ମିଛ ପ୍ରଚାର କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜନୀତିର ରଙ୍ଗ ଦେଉଥିବା ନେତା ୧୦ ବର୍ଷ ଯାଏଁ ସେହି ବିଭାଗର ମନ୍ତ୍ରୀ ଥିଲେ। ଯାହା ଅଧିନରେ ମନ୍ଦିର ପରିଚାଳନା କମିଟି ଥିଲା। କିନ୍ତୁ ସେତେବେଳେ ତାଙ୍କୁ ରତ୍ନ ଭଣ୍ଡାର କଥା ମନେ ପଡିଲା ନାହିଁ। ନିର୍ବାଚନ ସମୟରେ ରତ୍ନଭଣ୍ଡାରକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ। ମହାପ୍ରଭୁଙ୍କ ଆଢୁଆଳରେ ହୀନ ରାଜନୀତି କରୁଛନ୍ତି। ବିରୋଧୀଙ୍କ ପାଖରେ  କିଛି ପ୍ରସଙ୍ଗ ନାହିଁ। ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ରତ୍ନଭଣ୍ଡାର ବିଷୟରେ ଅପପ୍ରଚାର କରିବା ସହ ଭକ୍ତଙ୍କ ଭାବନା ସହ ଛଳନା କରୁଛନ୍ତି। ଶ୍ରୀମନ୍ଦିରର ଜଗନ୍ନାଥଙ୍କ ଗର୍ଭଗୃହ ପୂର୍ବରୁ ଥିବା ଜଗମୋହନ ମଧ୍ୟରେ ରତ୍ନଭଣ୍ଡାର ଅବସ୍ଥିତ। ରତ୍ନଭଣ୍ଡାର ଭିତରେ ଦୁଇଟି କକ୍ଷ ଅଛି। ପ୍ରଥମ କକ୍ଷ ବାହାର ରତ୍ନଭଣ୍ଡାର  ଓ ଦ୍ଵିତୀୟ କକ୍ଷ ଭିତର ରତ୍ନଭଣ୍ଡାର କୁହାଯାଏ। ବାହାର ରତ୍ନଭଣ୍ଡାର ଖୋଲିଲା ପରେ ହିଁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରିବ। ବାହାର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରୀତିନୀତି ପାଇଁ ଆବଶ୍ୟକୀୟ ପରିଧାନ, ସୁନାବେଶ ଭଳି ଦିନଗୁଡିକରେ ବ୍ୟବହୃତ ଅଳଙ୍କାର ଓ ପୂଜାବିଧି ସାମଗ୍ରୀ ରହିଛି। ବାହାର ରତ୍ନଭଣ୍ଡାର ପ୍ରତିବର୍ଷ ଅନେକ ଥର ଖୋଲାଯାଇଥାଏ। ଏହି ଦ୍ଵାର ଖୋଲିବା ପାଇଁ ୩ଟି ଚାବି ଆବଶ୍ୟକ।

ଗଜପତି ମହାରାଜଙ୍କ ପ୍ରତିନିଧି, ମନ୍ଦିର ମୁଖ୍ୟ ପ୍ରଶାସକ ଓ ଭଣ୍ଡାର ମେକାପ ସେବକ ଏହି ଚାବି ଆଣି ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ପ୍ରଧାନ ସେବକଙ୍କ ଉପସ୍ଥିତିରେ ବାହାର ରତ୍ନଭଣ୍ଡାର ଖୋଲିଥାନ୍ତି। ଏହି ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ବିନା ରତ୍ନଭଣ୍ଡାର ଖୋଲିବା ଅସମ୍ଭବ।  ଗତ ୪୦ ବର୍ଷ ହେଲା ୧୯୮୫ରେ ମସିହାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଉପରେ ଉଚ୍ଚ ନ୍ଯାୟାଳୟ ଶୁଣାଣି କରି ଏଥିରେ କୌଣସି ଅନିୟମିତତା ହୋଇନଥିବା ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଚାବି ହଜିବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ଵରେ ଗଠିତ କମିଟି  ଚଳିତ ବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଷ ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବ। ସର୍ବୋଚ୍ଚ ନ୍ଯାୟାଳୟ ଏବଂ କମିଟିର ନିଷ୍ପତ୍ତି ପରେ ବିରୋଧୀଙ୍କ ଏ ହୀନ ରାଜନୀତି କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।