spot_img

Latest Posts

ଅପରେସନ ସିନ୍ଦୂରରେ ସହିଦ ୬ ସୈନିକଙ୍କ ନାମ ଘୋଷଣା

ପ୍ରଥମ ଥର ଲାଗି ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ସୈନିକଙ୍କ ନାମ ଘୋଷଣା କଲେ ସରକାର। ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ସେନାର ୫ ଯବାନ ଓ ଭାରତୀୟ ବାୟୁସେନାର ଜଣେ। ଅପରେସନ ସିନ୍ଦୂରର ଦୀର୍ଘ ଦିନ ପରେ ସରକାର ଏହି ନାମ ସର୍ବସାଧାରଣରେ ଘୋଷଣା କରିଛନ୍ତି। ଗତବର୍ଷ ପହଲଗାମ ହମଲାରେ ୨୬ ପର୍ଯ୍ଯଟକ ନିହତ ହେବା ପରେ ପାକିସ୍ତାନ ବିରୋଧରେ ଭାରତ ଆରମ୍ଭ କରିଥିଲା ଅପରସେନ ସିନ୍ଦୂର। ଏହି ୬ସହିଦଙ୍କ ନାଁ ନ୍ୟାସନାଲ ୱାର ମେମୋରିଆଲ ୱେବସାଇଟରେ ରୋଲ ଅଫ ଅନରରେ ସ୍ଥାନୀତ ହୋଇଛି। ନୂଆଦିଲ୍ଲୀସ୍ଥିତ ଯୁଦ୍ଧ ସ୍ମାରକୀର ୱାଲ 3Dରେ ବି ସେମାନଙ୍କ ନାମ ପ୍ରକାଶ ପାଇଛି। ଏହି ୬ ସହିଦ ହେଲେ- ସୁବେଦାର ମେଜର ପବନ କୁମାର, ରାଇଫଲମ୍ୟାନ ସୁନିଲ କୁମାର, ଲାନ୍ସ ନାୟକ ଦିନେଶ କୁମାର, ଆଭିଏସନ ଟେକନିସିଆନ ମୁଡ ମୁରଲିନାଏକ, ହାବିଲଦାର ସୁନିଲ କୁମାର ସିଂ, ସର୍ଜେଣ୍ଟ ସୁରେନ୍ଦ୍ର କୁମାର। ବର୍ତ୍ତମାନ ସୁଦ୍ଧା ସରକାର ସର୍ବସାଧରଣରେ ସହିଦ ଯବାନଙ୍କ ନାମ ପ୍ରକାଶ କରି ନଥିଲେ।

Latest Posts

Don't Miss