spot_img

Latest Posts

ମାତ୍ର ୨୩ ମିନିଟରେ ଆତଙ୍କବାଦୀଙ୍କ ଏକାଧିକ ଠିକଣା ଧ୍ଵଂସ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନରେ କାମ ଦେଲାନି ଚୀନ ଓ ତୁର୍କୀର ଟେକ୍ନୋଲୋଜି। ମାତ୍ର ୨୩ ମିନିଟରେ ଟାର୍ଗେଟକୁ ଧ୍ଵଂସ କଲା ଭାରତୀୟ ସେନା। ପାକିସ୍ତାନର ଶହେ କିଲୋମିଟର ଭିତରକୁ ଯାଇ ଧ୍ଵଂସ କଲା ଆତଙ୍କବାଦୀଙ୍କ ଏକାଧିକ ଠିକଣା । ଅପସେସନ ସିନ୍ଦୂରକୁ ନେଇ ଆସିଛି ଇନସାଇଡ ଷ୍ଟୋରୀ। କେମିତି ପାକିସ୍ତାନରେ ମାତ୍ର କିଛି ମିନିଟ ମଧ୍ୟରେ ଆତଙ୍କୀ ଆଡ୍ଡାକୁ ଧ୍ଵର କରିଥିଲା ଭାରତୀୟ ସେନା। ଏହାକୁ ଭାରତୀୟ ସାମରିକ ଅଭିଯାନରେ ପ୍ରଯୁକ୍ତିବିଦ୍ୟା ଆତ୍ମନିର୍ଭରଶୀଳତା ଦିଗରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଯେଭଳି ଭାବରେ ପାକିସ୍ତାନରେ ପ୍ରବେଶ କରି ଅପରେସନ ସିନ୍ଦୁରକୁ ସଫଳ କରିଛି ତାହା ସମଗ୍ର ବିଶ୍ୱକୁ ଆଚମ୍ବିତ କରିଛି। ପାକିସ୍ତାନ ଯାହା ଉପରେ ନିର୍ଭର କରୁଥିଲା।  ବନ୍ଧୁ ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ବାଇପାସ୍ କରି ଭାରତ ୧୦୦ କିଲୋମିଟର ଭିତରକୁ ଯାଇ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଲା। ଅପରେସନ ସିନ୍ଦୂରର ସଫଳତା ପରେ ଏହି ଖୁଲାସା କରିଛି ଭାରତ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଏହି କାର୍ଯ୍ୟାନୁଷ୍ଠାନ ଜାଣିଶୁଣି ସଠିକ୍ ଏବଂ ରଣନୀତିକ ଭାବରେ ନିଆଯାଇଥିଲା। କାର୍ଯ୍ୟରେ ୧୦ଟି ଉପଗ୍ରହ ସାହାଯ୍ୟ କରିଥିଲା।ଏହି ସମ୍ପୂର୍ଣ୍ଣ କାର୍ଯ୍ୟ ମାତ୍ର ୨୩ ମିନିଟରେ ସମାପ୍ତ ହୋଇଥିଲା। ପାକିସ୍ତାନ କିଛି ବୁଝିବାବେଳକୁ ଭାରତୀୟ ସେନା ତାର ଅପରେସନ ସମାପ୍ତ କରିସାରିଥିଲା। ଏଥିରେ ଭାରତର ୧୦ଟି ଉପଗ୍ରହ ୨୪ ଘଣ୍ଟା ନିରନ୍ତର କାର୍ଯ୍ୟ କରିଥିଲେ। ଚୀନର କ୍ଷେପଣାସ୍ତ୍ର, ତୁର୍କିର ଡ୍ରୋନ, ପାକିସ୍ତାନର ରକେଟ୍ ଖସାଇ ଦେଇଥିଲା ଭାରତ। ଏଥିରେ ଚୀନ୍ ନିର୍ମିତ PL-15 କ୍ଷେପଣାସ୍ତ୍ର, ତୁର୍କୀ ନିର୍ମିତ କାମିକାଜେ ଡ୍ରୋନ୍ ଏବଂ ଦୂରଗାମୀ ରକେଟ୍, କ୍ୱାଡ୍-କପ୍ଟର ଏବଂ ପାକିସ୍ତାନର ବାଣିଜ୍ୟିକ ଡ୍ରୋନ୍ ରହିଛି। ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ଵାରା ସେଗୁଡ଼ିକୁ ସଫଳତାର ସହ ଖସାଇ ଦିଆଯାଇଥିଲା।

Latest Posts

Don't Miss