spot_img

Latest Posts

କେନ୍ଦ୍ରାଞ୍ଚଳ ରେଞ୍ଜରେ ଅପରେସନ ଥଣ୍ଡର ; ୩୯ ମାମଲାରେ ୭୪ ଅପରାଧୀ ଗିରଫ

ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ରାଞ୍ଚଳ ରେଞ୍ଜରେ ଅପରେସନ ଥଣ୍ଡର। ୩୯ ମାମଲାରେ ୭୪ ଅପରାଧୀ ଗିରଫ। ବନ୍ଧୁକ, ଗୁଳି, ବ୍ରାଉନସୁଗର ଜବତ  ହୋଇଛି। ବିଭିନ୍ନ ଅପରାଧରେ ସଂଶ୍ଲିଷ୍ଟ ଅପରାଧୀଙ୍କୁ ସାବାଡ୍ କରିବାକୁ କେନ୍ଦ୍ରାଞ୍ଚଳ ପୋଲିସ ରେଞ୍ଜ ଅଧୀନରେ ଥିବା ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ହୋଇଛି  ସ୍ଵତନ୍ତ୍ର ଅପରେସନ। ନଭେମ୍ବର ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଧରପଗଡ। କେନ୍ଦ୍ରାଞ୍ଚଳ ଡି ଆଇ ଜି ସତ୍ୟଜିତ ନାୟକ କହିଛନ୍ତି, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ  ୮ଟି ମାମଲାରେ ୨୭ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଛି ୧୭ ଟି ବନ୍ଧୁକ ଏବଂ ୧୦ଟି ଗୁଳି। ସେହିପରି ଡ୍ରଗ୍ସ କାରବାରରେ ୨୩ଟି ମାମଲାରେ ୩୪ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଛି ୫୦୦ ଗ୍ରାମ ବ୍ରାଉନ ସୁଗର ଜବତ, ୫୦କେଜି ଗଞ୍ଜେଇ ଓ ୯୨ ବୋତଲ କଫ ସିରପ୍। ସେହିପରି ବିଭିନ୍ନ ମାମଲାରେ ୨୫୦ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ  କରାଯାଇଛି। ବେଆଇନ ଗୋ ଚାଲାଣର ୮ଟି ମାମଲାରେ ୧୩ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୨୭ ୦୦୦ରୁ ଅଧିକ ଗାଡ଼ି ମଟର ଯାଞ୍ଚ କରି ୧ କୋଟି ୧୭ ଲକ୍ଷ ଟଙ୍କା ଫାଇନ କରାଯାଇଛି। ଶାନ୍ତି ଶୃଙ୍ଖଳା, ଅପରାଧ ମୁକ୍ତ ସମାଜ ପାଇଁ ପୋଲିସ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି।

Latest Posts

Don't Miss