‘ଅପରେସନ ସିନ୍ଦୂର’ : କଣ ମିଳିଲା ଶିକ୍ଷା ?

ନନ୍ଦିଘୋଷ ବ୍ୟୁରୋ: ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ନିରିହ ପର୍ଯ୍ୟଟକ ପ୍ରାଣ ହରାଇଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତ ଆତଙ୍କବାଦୀଙ୍କ ୯ଟି ଆଡ୍ଡାକୁ ଧ୍ବଂସ କରି ଦେଇଛି । ପାକିସ୍ତାନ ସହ ଭାରତର ଯୁଦ୍ଧ ହେଲା, ଶେଷରେ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ସମାଧାନ ହୋଇଛି । ଅସ୍ତ୍ର ବିରତି ହୋଇଥିବାବେଳେ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ମାତ୍ର ଯୁଦ୍ଧ ମାଧ୍ୟମରେ ଚୀନ ଏବଂ ତୁର୍କୀ ଭଳି ଦେଶର ଚାଲବାଜି ଜଣା ପଡ଼ିଛି ।
ଭାରତର ସୀମା ଏବଂ ପ୍ରମୁଖ ସହର ଉପରେ ପାକିସ୍ତାନ ପକ୍ଷରୁ ଉଦ୍ୟମ କରିବା ପାଇଁ ଉଦ୍ୟମ କରାଯାଇଥିଲା । ଯଦିଓ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା । ତଥାପି ତୁର୍କୀ ପକ୍ଷରୁ ପାକିସ୍ତାନକୁ ଦିଆଯାଇଥିବା ଡ୍ରୋନ ଆକ୍ରମଣ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଯଦିଓ ଏହିସବୁ ଡ୍ରୋନକୁ ଖସାଯାଇଥିଲା । ତେବେ ଏହିସବୁ ଡ୍ରୋନ୍ ଗୁଡ଼ିକ ତୁର୍କି ନିର୍ମିତ ବୋଲି ଜଣାପଡ଼ିଥିଲା । ତୁର୍କି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବାବେଳେ ପାକିସ୍ତାନକୁ ସମର୍ଥନ ମଧ୍ୟ କରିଥିଲା । ତେବେ ଭାରତୀୟ ସାମରିକ ବିଭାଗ ପକ୍ଷରୁ ତୁର୍କୀ ଅସ୍ତ୍ର ଶସ୍ତ୍ର ଗୁଡ଼ିକ ବ୍ୟାନ୍ କରାଯିବା ଉଚିତ୍ ।
ଆତଙ୍କବାଦୀଙ୍କ ବିରୋଧରେ ସ୍ଲାଗାନ ଦେଉଥିବା ଚୀନ କିନ୍ତୁ ଖୁଲମଖୁଲା ଭାବେ ପାକିସ୍ତାନକୁ ଯୁଦ୍ଧ ସମୟରେ ଅସ୍ତ୍ର ଶସ୍ତ୍ର ଯୋଗାଇଥିଲା । ଯେଉଁଥିରୁ ଚୀନର ଦୋଗଲା ନୀତି ମଧ୍ୟ ଜଣାପଡ଼ିଛି । ଏପରିକି ପାକିସ୍ତାନ ପକ୍ଷରୁ ବ୍ୟବହାର କରାଯାଉଥିବା ଅନେକ ବିମାନ ମଧ୍ୟ ଚୀନର ବୋଲି ଜଣାପଡ଼ିଛି । ସେପଟେ ଯୁଦ୍ଧ ବିରତିର ଶ୍ରେୟ ନେଇଛନ୍ତି ଟ୍ରମ୍ପ ।