ସଙ୍କଟରେ ଭଗଓ୍ୱନ୍ତ ମାନ୍ ସରକାର, ଦିଲ୍ଲୀ ପରେ ପଞ୍ଜାବରେ ଅପରେସନ୍ ଲୋଟସ୍ !

ଚଣ୍ଡିଗଡ଼: ଦିଲ୍ଲୀରେ ଅପରେସନ ଲୋଟସ ଫେଲ ପରେ ଏବେ ପଞ୍ଜାବ ପାଳି । ସଙ୍କଟରେ ଭଗଓ୍ବନ୍ତ ମାନ୍‌ ସରକାର । ସରକାର ଭାଙ୍ଗିବାକୁ ବିଜେପିର ବଡ଼ ଷଡ଼ଯନ୍ତ୍ର । ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ସିଂହ ଚୀମା । ଆପ୍‌ ବିଧାୟକଙ୍କୁ ୨୦ରୁ ୨୫ କୋଟି ଟଙ୍କା ଦେଇ କିଣିବାକୁ ବଡ଼ ଷଡ଼ଯନ୍ତ୍ର କରାଯାଉଛି । ୧୦ ଜଣ ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ବିଜେପି ଯୋଜନା କରିଥିବା ହରପାଲ ସିଂହ ଚୀମା ଅଭିଯୋଗ କରିଛନ୍ତି ।

କିଛି ଦିନ ତଳେ ଦିଲ୍ଲୀରେ ଆପ୍‌ ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ବିଜେପି ଯୋଜନା କରିଥିଲା । ବିଧାୟକଙ୍କୁ ୨୦ କୋଟି ଲେଖାଏଁ ଦେଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଆପ୍‌ ପକ୍ଷରୁ ସମସ୍ତଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଥିଲା । ଆପର ସମସ୍ତ ବିଧାୟକ ମାନେ ଏକାଠି ହୋଇ ବିରୋଧୀଙ୍କୁ ଦଳ ଭିତରେ ଏକତା ଥିବା ପ୍ରଦର୍ଶନ କରିଥିଲେ ।