ଏଲିଜାବେଥଙ୍କ ମୃତ୍ୟୁ ପରର ୧୦ ଦିନ; ଅପରେସନ ‘ଲଣ୍ଡନ ବ୍ରିଜ୍’ ପ୍ରୋଟକଲ ଅନୁସାରେ ଚାଲିବ କାର୍ଯ୍ୟକ୍ରମ
1 min read
ଲଣ୍ଡନ: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ ପରବର୍ତ୍ତୀ ୧୦ ଦିନର କାର୍ଯ୍ୟକ୍ରମ କ’ଣ। ବ୍ରିଟେନ ପରମ୍ପରା ଅନୁସାରେ ଅପରେସନ ଲଣ୍ଡନ ବ୍ରିଜ ପ୍ରୋଟକଲ ଅନୁସାରେ ଚାଲିବ କାର୍ଯ୍ୟକ୍ରମ । ପରେ ଅନୁଷ୍ଠିତ ହେବ ଅପରେସନ ସ୍ପ୍ରିଂ ଟାଇଡ । ମହାରାଣୀଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ପ୍ରଥମ ସଦସ୍ୟ ଭାବେ ବିବୃତି ପ୍ରଦାନ କରିବେ । ପରେ ଦେଶ ଉଦ୍ଦେଶ୍ୟରେ ଏହି ଘୋଷଣା କରିବେ ପ୍ରିନସ ଚାର୍ଲସ। ଏହି ଘୋଷଣା ପରେ ରୟାଲ ଫାମିଲି ୱେବସାଇଟ କଳା ରଙ୍ଗରେ ପରିବର୍ତ୍ତିତ ହେବ। ସେହିପରି ବ୍ରିଟେନ ସରକାରଙ୍କ ୱେବସାଇଟରେ କଳା ବ୍ୟାନର ପ୍ରଦର୍ଶିତ ହେବ। ମୃତ୍ୟର ଦଶ ଦିନ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
ମୃତ୍ୟୁ ଦିବସକୁ ଡି-ଡେ କୁହାଯାଉଥିବାବେଳେ ପରବର୍ତ୍ତୀ ଦିବସକୁ ଡି-୧, ଡି-୨ ଆଦି ନାମରେ ଗଣତି କରାଯିବ। ପ୍ରଥମ ଦିନରେ ଆସେୋସିଏସନ କାଉନସିଲ ଦ୍ୱାରା ଚାର୍ଲସ ସିଂହାସନ ଆରୋହଣ କରିବେ । ଦ୍ୱିତୀୟ ଦିନରେ ରାଣୀଙ୍କ କଫିନ ବକିଂହାମ ପ୍ୟାଲେସକୁ ନିଆଯିବ। ଅପରେସନ ୟୁନିକର୍ଣ୍ଣ ଅନୁସାରେ ତାଙ୍କ କଫିନକୁ ରୟାଲ ଟ୍ରେନରେ ସ୍କଟଲ୍ୟାଣ୍ଡରୁ ଲଣ୍ଡନକୁ ନିଆଯିବ । ଯଦି ତାହା ସମ୍ଭବ ନହୁଏ ତେବେ ଅପରେସନ ଓଭରଷ୍ଟଡି ଅନୁସାରେ କଫିନକୁ ବିମାନରେ ଲଣ୍ଡନ ଅଣାଯିବ । ତୃତୀୟ ଦିନରୁ ପଞ୍ଚମ ଦିନ ଯାଏ ୱେଷ୍ଟମିନିଷ୍ଟର ହଲ୍ରେ ଚାର୍ଲସ ବିଭିନ୍ନ ଶୋକ କାର୍ଯ୍ୟକ୍ରମରେ ଭାଗ ନେବେ । ପରେ ସେ ନୂଆ ଶାସକ ଭାବେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ । ନର୍ଦର୍ଣ୍ଣ ଆୟାରଲ୍ୟାଣ୍ଡରେ ପହଞ୍ଚିବା ପରେ ସେ ବେଲଫାଷ୍ଟସ୍ଥିତ ସେଣ୍ଟ ଆନେ କାଥେଡ୍ରାଲରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ଅପରେସନ ଲାୟନ ଅନୁସାରେ ରାଣୀଙ୍କ କଫିନ ବକିଂହାମ ପ୍ୟାଲେସରୁ ପ୍ୟାଲେସ ଅଫ ଓ୍ବେଷ୍ଟମିନିଷ୍ଟରକୁ ନିଆଯିବ । ସେଠାରେ ଓ୍ବେଷ୍ଟମିନିଷ୍ଟର ହଲ୍ରେ ଏକ ଶୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବେ । ଷଷ୍ଠରୁ ନବମ ଦିନ ଯାଏ ରାଣୀଙ୍କ କଫିନ ଓ୍ବେଷ୍ଟମିନିଷ୍ଟର ହଲ୍ରେ ରହିବ ଯାହାକୁ କୁହାଯାଏ ଅପରେସନ ଫିଦର । ଦୈନିକ୨୩ ଘଣ୍ଟା ହିସାବରେ ସେଠାରେ ଲୋକେ ରାଣୀଙ୍କୁ ଶେଷଦର୍ଶନ କରିବେ । ଏଥିଲାଗି ଭିଆଇପିମାନଙ୍କୁ ଟିକେଟ ପ୍ରଦାନ କରାଯିବ । ଏହି ସମୟ ମଧ୍ୟରେ ଚାର୍ଲସ ଓ୍ବେଲସକୁ ଯିବେ ଏବଂ ସେଠାରେ ଲିଆଣ୍ଡାଫ କାଥେ଼ଡ୍ରାଲରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଶେଷରେ ରାଣୀଙ୍କ ଶେଷକୃତ୍ୟ କରାଯିବ ଯାହାର କୋଡନେମ ରହିଛି ଲଣ୍ଡନ ବ୍ରିଜ ।