ଅପରେସନ୍ ଗଜରାଜ, ଉଦ୍ଧାର ପାଇଁ ଯିବାବେଳେ ଓଲଟିଲା ଓଡ୍ରାଫ ବୋଟ୍

କଟକ: ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର ବେଳେ ଅଘଟଣ । ଓଲଟିଲା ଓଡ୍ରାଫ ଟିମର ବୋଟ୍ । ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ହେଲା ପାଣିରେ ଦନ୍ତାଟି ଫସି ରହିଛି । ଓଡ୍ରାଫ୍ ଟିମ୍ ବୋଟ୍ ଯୋଗେ ହାତୀକୁ ଘଉଡ଼ାଇବାକୁ ଯିବାବେଳେ ବୋଟ୍ ଓଲଟି ପଡ଼ିଛି । ଫଳରେ ବୋଟରେ ଥିବା ୬ ଜଣ ଓଡ୍ରାଫ୍ ସହ ଅନ୍ୟ ୨ ଜଣ ଭାସି ଯାଇଛନ୍ତି ।

Operation Gajraj, Elephant Attacked Odraf Team

ଭାସି ଯାଇଥିବା ୮ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ଭାସି ଯାଇଥିବା ୮ ଜଣଙ୍କ ମଧ୍ୟରେ ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଓ କ୍ୟାମେରାମ୍ୟାନ ଥିଲେ । ବୋଟରେ ଥିବା ୨ ଜଣ ଲାଇଫ ଜ୍ୟାକେଟ୍ ପିନ୍ଧି ନଥିବା ଜଣାପଡ଼ିଛି । ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରୟାସ ଜାରି ରହିଛି । ଉଦ୍ଧାର କରାଯାଇଥିବା ୪ ଜଣଙ୍କୁ ମେଡିକାଲକୁ ନିଆଯାଉଛି । ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏନଡିଆରଏଫ ଟିମ୍ ମୁଣ୍ଡଳିରେ ପହଞ୍ଚିଛି ।

Operation Gajraj, Elephant Attacked Odraf Team

ଦନ୍ତା ହାତୀକୁ ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ଅପରେସନ୍ ଗଜରାଜ ଚାଲିଛି । ପାଣି ଭିତରୁ ହାତୀକୁ ଉଦ୍ଧାର କରିବା ପାଇଁ ଲାଗିଛନ୍ତି ବନ ବିଭାଗର ୨୫ ଜଣ କର୍ମଚାରୀ । ସେହିପରି ଆଠଗଡ଼ ପୋଲିସର ୧ ପ୍ଲାଟୁନ, ଅଗ୍ନିଶମ ବାହିନୀର ୨୨ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ପାଣିର ସ୍ରୋତ ଓ ଲୋକଙ୍କ ଗହଳି ଯୋଗୁଁ ଦନ୍ତା ହାତୀକୁ ଉଦ୍ଧାର କରିବାରେ ସମସ୍ୟା ଉପୁଜିଛି । ପାଣିରେ ଫସିଥିବା ଅନ୍ୟ ୨ ହାତୀ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛନ୍ତି ।

Operation Gajraj, Elephant Attacked Odraf Team

ଆଜି ସକାଳୁ ମହାନଦୀରେ ଭାସି ଯାଇଥିଲେ ହାତୀପଲ । ମହାନଦୀ ପାର ହେଉଥିବା ବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିଲେ । ଗୋଟିଏ ଛୁଆ ହାତୀ ସହ ୩ଟି ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିଲେ । ଆଉ ୪ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ଼ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଛନ୍ତି । ଆଠଗଡ଼ ପଟୁ ୧୭ ଟିକିଆ ହାତୀ ପଲ ମହାନଦୀ ପାରି ହେଉଥିବା ବେଳେ ୭ଟି ହାତୀ ଭାସି ଯାଇଥିଲେ ।

Leave a Reply