spot_img

Latest Posts

ଝାରପଡା ଜେଲରେ ଅଚାନକ ଡିଜି ସନ୍ତୋଷ ଉପାଧ୍ୟାୟ, ଗଞ୍ଜେଇ ମିଳିବା ପରେ ଆକ୍ଟିଭ

ଭୁବନେଶ୍ୱର: ଝରାପଡା ସ୍ୱତନ୍ତ୍ର ଜେଲରେ ମୋବାଇଲ ଓ ଗଂଜେଇ ମିଳିବା ଘଟଣା ପରେ ଆକ୍ଟିଭ ହୋଇଛି ଜେଲ ବିଭାଗ। ଆଜି ସନ୍ଧ୍ୟାରେ ଜେଲରେ ଅଚାନକ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ। ଗତ ମାସେ ଭିତରେ 26 ଟି ମୋବାଇଲ ଜବତ ହୋଇଥିଲା।ତା ସହିତ ବିପୁଳ ପରିମାଣରେ ଗଂଜେଇ ଜବତ ହୋଇଥିଲା। ଅନୁଧ୍ୟାନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି। ଟ୍ରାନ୍ସଜେଣ୍ଡର ଆଇନ ଆସିବା ପରେ ଭାବରେ ସ୍ବତନ୍ତ୍ର ଟ୍ରାନ୍ସଜେଣ୍ଡର ୱାର୍ଡ ଗଠନ କରାଯିବ।

ବାର୍ଦ୍ଧକ୍ୟ ଲୋକଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ କରାଯିବ। କଏଦୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ନୂଆ କରି 100ଟିକିଆ ୱାର୍ଡ କରାଯିବ।10ଟି ହାର୍ଡକୋର କଏଦୀଙ୍କ ପାଇଁ10ଟା ସେଲ କରାଯିବ।ଭଲ ୱାର୍ଡନଙ୍କୁ ପୁରସ୍କୃତ କରାଯିବ। ଯେଉଁମାନେ ଖରାପ କାର୍ଯ୍ୟରେ ଲିପ୍ତ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତକାଲି ଜଣେ ୱାର୍ଡନଙ୍କୁ ସସପେଣ୍ଡ କରାଯାଇଛି। ଚେକିଂ ଜୋରଦାର ହେବ।

Latest Posts

Don't Miss