ହକି ବିଶ୍ବକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ କମ୍ପିବ ବାରବାଟୀ, ଆଜିଠୁ ଅନଲାଇନରେ ଟିକେଟ ବିକ୍ରି

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ୱକପ । ବିଶ୍ୱକପ ଆରମ୍ଭର ଦୁଇ ଦିନ ପୂର୍ବରୁ ଅର୍ଥାତ ଜାନୁଆରୀ ୧୧ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଉଦଘାଟନୀ ଉତ୍ସବ । ମହାସାମରୋହର ପାଳନ କରାଯିବ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ସମାରୋହ ପାଇଁ ଆଜିଠୁ ଅନଲାଇନରେ ବିକ୍ରି ହେବ ଟିକେଟ । ଆଜି ଦିନ ୧୨ଟାରୁ ଅନଲାଇନ ପ୍ଲାଟଫର୍ମ ପେଟିଏମ ଇନସାଇଡରରେ ଦର୍ଶକମାନେ ଟିକେଟ କିଣିପାରିବେ ।

ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ କମ୍ପିବ ବାରବାଟୀ । ଜଲଓ୍ୱା ଦେଖାଇବେ ବଲିଉଡ ସୁପରଷ୍ଟାର ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ । ହକି ଫିଭର ସହ ଏମାନଙ୍କ ଉପସ୍ଥିତି ହକି ପ୍ରେମୀଙ୍କ ଉତ୍ସାହକୁ ଦୁଇଗୁଣା କରିବ । ସଙ୍ଗୀତ ନିର୍ଦ୍ଦେଶକ ପ୍ରିତମ, ଲିଶା ମିଶ୍ର, ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି, ନୀତି ମୋହନ, କଣ୍ଠଶିଳ୍ପୀ ବେନୀ ଦୟାଲ ଏବଂ ବ୍ଲାକସନ୍ ଡ୍ୟାନ୍ସ ଗ୍ରୁପ ମଧ୍ୟ ବିଶ୍ବକପ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ । ଏମାନଙ୍କ ଉପସ୍ଥିତିରେ ବାରବାଟୀରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମ ବେଶ ଆକର୍ଷିତ ହେବ ।