ଋଷ ମିଲିଟାରୀ ଟ୍ରେନିଂ ଗ୍ରାଉଣ୍ଡରେ ଆକ୍ରମଣ, ୧୧ ମୃତ

1 min read

ମସ୍କୋ: ଋଷ ମିଲିଟାରୀ ଟ୍ରେନିଂ ଗ୍ରାଉଣ୍ଡରେ ବଡ଼ ଧରଣର ଆକ୍ରମଣ । ୟୁକ୍ରେନ-ଋଷ ସୀମା ପାର୍ଶ୍ବ ବେଲଗୋରଡ ପ୍ରାନ୍ତରେ ଥିବା ଋଷର ମିଲିଟାରୀ ଗ୍ରାଉଣ୍ଡରେ ଆତର୍କିତ ଆକ୍ରମଣ ଯୋଗୁଁ ୧୧ ଜଣଙ୍କ ମୃତ ଓ ୧୫ରୁ ଊର୍ଦ୍ଧ୍ବ ଗୁରୁତର ହୋଇଥିବା ସୂଚନା । ଏ ନେଇ ରୁଷ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁକ୍ରେନ ବିରୋଧରେ ଚାଲିଥିବା ସ୍ବତନ୍ତ୍ର ସେନା ଅପରେସନରେ ସାମିଲ ହୋଇଥିବା ଦୁଇ ଜଣ ଟ୍ରେନିଂ କ୍ୟାମ୍ପରେ ଅନ୍ଧାଧୁନ ଗୁଳିଚାଳନା କରିଥିଲେ । ଋଷ ସେନାର ପାଲଟା ଗୁଳିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ଶୁଟର ପୂର୍ବତନ ଶୋଭିଏତ ରିପବ୍ଲିକର ନାଗରିକ ବୋଲି ଜଣାପଡ଼ିଛି । ୟୁକ୍ରେନ ସହ ଯୁଦ୍ଧ ଲଢ଼ିବାକୁ ସାଧରଣ ନାଗରିକଙ୍କୁ ସେନାରେ ସାମିଲ ହେବାକୁ ରୁଷ ଘୋଷଣା କରିଥିଲା । ପୁଟିନଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଋଷରେ ଜୋରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  ଅନେକ ଲୋକେ ଦେଶ ଛାଡ଼ି ଚାଲିଯାଇଥିବା ବେଳେ ଅନେକ ଲୋକ ନିଜକୁ ଆଘାତ ପହଞ୍ଚାଇ ନିଜ ହାତ ଭାଙ୍ଗି ଦେବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି ।