ଶିକ୍ଷାରେ ବାଧକ ସାଜୁଛି ଆଣ୍ଡ୍ରଏଡ ଫୋନ, ତେଣୁ ପାଠାଗାର ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତୀ

1 min read

ଆସିକା: ବନ ବିଦ୍ୟାଳୟ ନୁହେଁ । ବାହାରେ ଚାଲିଛି ପାଠପଢା । କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢା ନେଇ ଚିନ୍ତାରେ ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ ପିଲାଙ୍କ ଭବିଷ୍ୟତ ପାଇଁ ଘରକୁ ଘର ବୁଲି ପିଲାଙ୍କୁ ଡାକି ବାରଣ୍ଡାରେ ପାଠପଢାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଏପରି ଉଦ୍ୟମକୁ ଅଭିଭାବକମାନେ ପ୍ରଶଂସା କରିଥିବାବେଳେ ଫୋନ ନଥିବା ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହୋଇ ପାରୁଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ରାଳବ ଗାଁରେ ।

କରୋନା କାଳରେ ବାରଣ୍ଡାରେ ବସି ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ । କଟକଣା ଭିତରେ ଚାଲିଛି କ୍ଲାସ୍ । ଖୋଲା ପରିବେଶରେ ପାଠ ପଢୁଛନ୍ତି ପିଲାଏ । କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ବିଭିନ୍ନ ସ୍କୁଲରେ ଚାଲିଛି ଅନଲାଇନ ପାଠପଢା । ହେଲେ କିଛି ଛାତ୍ରଛାତ୍ରୀଙ୍କ ନିକଟରେ ଆଣ୍ଡ୍ରଏଡ୍ ଫୋନ ନଥିବାରୁ ସେମାନେ ଶିକ୍ଷାରୁ ବଞ୍ଚିତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ଡାକି ପାଠାଗାର ବାରଣ୍ଡାରେ କ୍ଲାସ କରୁଛନ୍ତି । ଏଥିରେ ପିଲାଏ ଉପକୃତ ହେଉଥିବାବେଳେ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଅଭିଭାବକ ।

କରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ହେଲା ବନ୍ଦ ରହିଛି ସ୍କୁଲ । ତେଣୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏମିତି ଉଦ୍ୟମ ଆରମ୍ଭ କରିଛନ୍ତି ରାଳବ ସରକାରୀ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ । ଖାଲି ସେତିକି ନୁହେଁ କରୋନା କାଳରେ କିପରି ସତର୍କ ରହିବା, ମାକ୍ସ ପିନ୍ଧିବା, ସାନିଟାଇଜ୍ କରିବା ସହ ପରିବାର ଲୋକଙ୍କୁ ସଚେତନ କରିବା, ସେନେଇ ମଧ୍ୟ ଉପଦେଶ ଦେଇଛନ୍ତି । ଏହାଦ୍ୱାରା ତାଙ୍କୁ ଆତ୍ମସନ୍ତୋଷ ପ୍ରାପ୍ତି ହେଉଥିବା କହିଛନ୍ତି ପ୍ରଧାନଶିକ୍ଷକ ।

କରୋନା ଗାଇଡଲାଇନ ମାନି ପିଲାଙ୍କୁ ପାଠ ପଢାଉଥିବାବେଳେ ଏହାକୁ ଗାଁ ଲୋକେ ବାହାରେ ରହି ଉପଭୋଗ କରିଛନ୍ତି । ଯାହା ଆଖପାଖ ଗାଁରେ ଉଦାହରଣ ସୃଷ୍ଟି କରିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା

Leave a Reply