ଓଆରଏସ ଲାଗି ନୂଆ ନିୟମ ; WHOର ଅନୁମୋଦନ ବିନା ଓଆରଏସ ଲେବଲକୁ କରାଯାଇପାରିବନି ବ୍ୟବହାର

ନନ୍ଦିଘୋଷ ବ୍ୟୁରୋ : ଓରାଲ ରିହାଇଡ୍ରେସନ ସଲ୍ଟସ ବା ଓଆରଏସକୁ ନେଇ ନୂଆ ନିୟମ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ବିନା ଓଆରଏସ ଲେବଲକୁ କରାଯାଇପାରିବ ନାହିଁ ବ୍ୟବହାର । ଏନେଇ ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ବା FSSAI ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ପ୍ରସ୍ତୁତ ଫର୍ମୂଲା ଅନୁସାରେ ଯଦି ତାହା ପ୍ରସ୍ତୁତ ହୋଇ ନଥାଏ ତେବେ ଓଆରଏସ ଶବ୍ଦ ବ୍ୟବହାର କରାଯାଇ ପାରିବ ନାହିଁ କୁହାଯାଇଛି । ୟୁନିସେଫ ଅନୁସାରେ ଓଆରଏସ ହେଉଛି ଚିନି ଓ ଲୁଣର ଏକ ମିଶ୍ରଣ ଯାହାକୁ ପରିଷ୍କାର ପାଣିରେ ମିଶାଇ ପାନ କରାଯାଇଥାଏ ।

ଡିହାଇଡ୍ରେସନର ଚିକିତ୍ସା ଲାଗି ଏହା ବ୍ୟବହୃତ ହୋଇଥାଏ। ବିଶେଷ କରି ପିଲାଙ୍କ କ୍ଷେତ୍ରରେ ଏହା ବିଶେଷ ଜରୁରୀ ହୋଇଥାଏ। ପୂର୍ବରୁ ୨୦୨୨ ଜୁଲାଇ ୧୪ ଓ ୨୦୨୪ ଫେବ୍ରୁଆରୀ ୨ରେ କେନ୍ଦ୍ର ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବ୍ରାଣ୍ଡ ନେମ୍ କ୍ଷେତ୍ରରେ ଓଆରଏସ ଶବ୍ଦ ପୂର୍ବରୁ ବା ପରେ ଓଆରଏସ ବ୍ୟବହାର ହୋଇପାରିବ ବୋଲି କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଫଳଭିତ୍ତିକ ଓଆରଏସ, ନନକାବ୍ରୋନେଟେଡ ଡ୍ରିଙ୍କସ ଓ ରେଡି-ଟୁ-ଡ୍ରିଙ୍କ ପାନୀୟରେ ଓଆରଏସ ଶବ୍ଦ ବ୍ଯବହୃତ ହୋଇଆସୁଥିଲା। ମାତ୍ର ବର୍ତ୍ତମାନ ତାହା ବାତିଲ ହୋଇଛି।