କେବଳ ଗୋଟିଏ ଭୋଟ୍ ପାଇଁ ବୁଥ୍, ୪୦ କିଲୋମିଟର ଚାଲି ପହଞ୍ଚିଲେ କର୍ମଚାରୀ
ଇଟ୍ଟାନଗର: ୨୧ ରାଜ୍ୟର ୧୦୨ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ସରିଛି । ଅଧିକାଂଶ ରାଜ୍ୟରେ ୭୨ ପ୍ରତିଶତରୁ ଅଧିକ ମତଦାନ ହବୋଇଛି । କିନ୍ତୁ ଅରୁଣାଚଳ ପ୍ରଦେଶର ଏକ ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ୧୦୦ ପ୍ରତିଶତ ଭୋଟ ଗ୍ରହଣ ହୋଇଛି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ କେବଳ ଜଣେ ମହିଳା ଭୋଟ ଦେଇଛନ୍ତି ।
ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରେ ରହିଛି ଭିନ୍ନ ଏକ ମତଦାନ କେନ୍ଦ୍ର । ଯେଉଁଠାରେ କେବଳ ଜଣେ ମହିଳା ମତଦାତା ମତାଧିକାର ସାବ୍ୟସ୍ତ କରିବା ପରେ ଏଠାରେ ଶତ ପ୍ରତିଶତ ମତଦାନ ସମ୍ଭବ ହୋଇଛି । କେବଳ ଜଣେ ମାତ୍ର ଭୋଟର ୪୪ ବର୍ଷୀୟା ସୋକେଲା ତୟାଙ୍ଗଙ୍କ ପାଇଁ ନିର୍ବାଚନ ଅଧିକାରୀଙ୍କୁ ୪୦ କିଲୋମିଟର ଦୁର୍ଗମ ଅଞ୍ଚଳ ଦେଇ ଚାଲି ଚାଲି ଯିବାକୁ ପଡିଛି ।
ମାଲୋଗାମରେ ବହୁତ କମ ପରିବାର ରୁହନ୍ତି । କେବଳ ତୟାଙ୍ଗଙ୍କୁ ଛାଡିବାକି ସମସ୍ତ ମତଦାତା ଅନ୍ୟ ମତଦାନ କେନ୍ଦ୍ରରେ ରେଜିଷ୍ଟ୍ରେସନ କରିଛନ୍ତି । କିନ୍ତୁ ତୟାଙ୍ଗ ମତଦାନ କରିବା ପାଇଁ ମତଦାନ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ ନଥିଲେ । ସବୁ ଭୋଟରଙ୍କ ଭୋଟ ଦେବାର ଅଧିକାର ରହିଛି । ଏହା ଉପଲବ୍ଧି କରି ତୟାଙ୍ଗଙ୍କ ପାଇଁ ଗାଁରେ ପହଞ୍ଚିଥିଲେ ପୋଲିଂ ଅଧିକାରୀ । ଗାଁରେ ହି ପୋଲିଂବୁଥର ଆୟୋଜନ କରାଯାଇଥିଲା ।
ଏହି ଗାଁ ଚୀନ ସୀମାକୁ ଲାଗି ଅଞ୍ଜା ଜିଲ୍ଲାର ହୟୁଲିଆଙ୍ଗ ବିଧାନସଭା ଓ ଅରୁଣାଚଳର ପୂର୍ବ ଲୋକସଭା ସିଟ୍ ଅନ୍ତର୍ଗତ ରହିଛି । ଏଠାରେ ଅତିକମରେ ୬ ଆଶାୟୀ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଠାରେ କଂଗ୍ରେସର ବୋସିରାମ ସିରମ ଓ ବିଜେପି ସାଂସଦ ତାପିର ଗାଓଙ୍କ ମଧ୍ୟରେ ସିଧା ଲଢେଇ ଚାଲିଛି