ଏହି ଗାଁ ରେ ରୁହନ୍ତି ମାତ୍ର ଗୋଟିଏ ପରିବାର : ପରିବାର ସଦସ୍ୟ ସଂଖ୍ୟା ୪୦

ନନ୍ଦିଘୋଷ ବ୍ୟୁରୋ : କେବେ ଶୁଣିଛନ୍ତି ଗାଁ ରେ ଗୋଟିଏ ପରିବାର ରହିବା କଥା । ଏହି ଗାଁ ରେ ରୁହନ୍ତି ମାତ୍ର ଗୋଟଏ ପରିବାର । ପରିବାରର ସଦସ୍ୟ ସଂଖ୍ୟା ୧୦ କିମ୍ବା ୨୦ ନୁହେଁ ୪୦ ଜଣ ରହୁଛନ୍ତି ଗୋଟିଏ ପରିବାରରେ । ଶୁଣିକି ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ କଥାଟି ସତ । ରାଞ୍ଚିର ଏହି ଅନନ୍ୟ ଗାଁ ଯେଉଁଠାରେ କେବଳ ଗୋଟିଏ ପରିବାର ବାସ କରନ୍ତି ।
ରାଞ୍ଚିରୁ ୪୦ କିଲୋମିଟର ଦୂରରେ ଖୁଣ୍ଟି ଜିଲ୍ଲାର ରାନିଆ ବ୍ଲକରେ ଏକ ଗାଁ ଅଛି, ଯେଉଁଠାରେ କେବଳ ଗୋଟିଏ ପରିବାର ବାସ କରନ୍ତି। ଏହି ଗାଁର ନାମ ଚେଙ୍ଗରେ। ଏହି ଗାଁର ମୋଟ ଚାଷଜମି ୮୭ ହେକ୍ଟର। ସରକାରୀ ଅଧିକାରୀ ମାନେ କୁହନ୍ତି ଯେ ସେମାନଙ୍କ ପାଇଁ ସବୁ ଯୋଜନା ବନେଇବା ପାଇଁ ପଡେ । ସେମାନେ ମଧ୍ୟ ସବୁ ଯୋଜନାର ଉପଯୁକ୍ତି ବ୍ୟବହାର କରିଥାନ୍ତି । ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନାର ଲାଭ ପାଇଛନ୍ତି। ସେମାନଙ୍କ ପିଲାମାନେ ପିଡିଏସ୍ ବ୍ୟବସ୍ଥା ମାଧ୍ୟମରେ ମାଗଣା ଶିକ୍ଷା, ରାସନ କାର୍ଡ ଏବଂ ପାଣି ପାଆନ୍ତି।
ଏହି ଗାଁ ରେ ଗୋଟିଏ ପରିବାରରେ ରୁହନ୍ତି ୪୦ ଜଣ ଲୋକ । ହେଲେ ସମୟ ବଢିବା ସହ କିଛି ଲୋକ ସେ ଯାଗା ଛାଡି ଯିବାକୁ ପସନ୍ଦ କରିଛନ୍ତି । କାରଣ ଏଠାରେ ମୌଳିକ ସୁବିଧାର ଘୋର ଅଭାବ ଦେଖା ଦେଉଥିଲା । ତେଣୁ ସେମାନେ ଗାଁ ଛାଡି ଯିବକୁ ପସନ୍ଦ କରୁଥିଲା । ରଣିଆ ବ୍ଲକର ଅଧିକାରୀମାନେ କୁହନ୍ତି ଯେ ଏଠାରେ ରହୁଥିବା ପରିବାରଗୁଡ଼ିକ ପଳୟନ କରିନାହାନ୍ତି । ସେମାନେ କୁହନ୍ତି ଯେ ଆମେ ଏଠାରେ ଶାନ୍ତିରେ ରହୁ, ଗାଈ, ମଇଁଷି ଛେଳି ଚରାଉ ଏବଂ ଖୁସିରେ ରହୁ। ଆମକୁ ବହୁତ ମୌଳିକ ସୁବିଧାର ଆବଶ୍ୟକତା ନାହିଁ। ଜଙ୍ଗଲରୁ ଯାହା ଆସେ ତାହା ଆମ ପାଇଁ ଯଥେଷ୍ଟ। ଆମକୁ କ୍ଷୀର ଦେବା ପାଇଁ ଆମ ପାଖରେ ଗୋଟିଏ ଗାଈ ଅଛି। ଛେଳିକୁ ବିକ୍ରି କରି ଓ କିଛି ଜମି ଚାଷ କରି ଆମର ଜୀବନ ଭଲରେ ଚାଲିଥାଏ।
ଏହି ଗାଁକୁ ପ୍ରଥମ ନଜରରେ ଦେଖିଲେ ଆପଣଙ୍କୁ ଏପରି ଲାଗିବ ଯେପରି ଆପଣ କୌଣସି ଜଙ୍ଗଲକୁ ଆସିଯାଇଛନ୍ତି ଏବଂ ଏଠାରେ କେହି ରହୁନାହାଁନ୍ତି। କିନ୍ତୁ ଏଠାରେ ଏକ ବହୁତ ବଡ଼ ଘର ଅଛି ଯେଉଁଠାରେ ଆପଣ କେବଳ ଗୋଟିଏ ପରିବାରକୁ ହସୁଥିବା ଓ ଖେଳୁଥିବା ଦେଖିବେ।
ଏହି ପରିବାରର ଜଣେ ସଦସ୍ୟ ସୁଦେଶ କୁହନ୍ତି ଯେ ଅନେକ ସମୟରେ ଲୋକମାନେ ଆମକୁ ପଚାରନ୍ତି ଯେ ଆମେ ଭୟ ଲାଗେନାହିଁ ? ସେ ଏହାରଉତ୍ତରରେ କହିଥିଲେ ଏହାର ଠିକ୍ ପାଖରେ ଆଉ ଏକ ଗାଁ ଅଛି ଓ ସେହି ଗାଁ ବହୁତ ଜନଗହଳିପୂର୍ଣ୍ଣ। ଏପରି ପରିସ୍ଥିତିରେ, ଯଦି ଆମେ ଆଗରୁ ଡାକିବା, ତେବେ ସମସ୍ତ ଲୋକ ଆସିଯିବେ। ତେଣୁ ଭୟ ବୋଲି କିଛି ନାହିଁ। ଏଠାରେ, ପଶୁ ଏବଂ ମଣିଷ, ସମସ୍ତେ ଆମର।