ଅନଲାଇନ୍ ଟ୍ରେଡିଂ ଆଳରେ ଠକେଇ ମାମଲା, ୭ ଜଣ ଆନ୍ତରାଜ୍ୟ ସାଇବର ଠକ ଗିରଫ

ଭୁବନେଶ୍ବର ; ଅନଲାଇନ୍ ଟ୍ରେଡିଂ ଆଳରେ ଠକେଇ ମାମଲା । ଏକ କୋଟି ୪ ଲକ୍ଷ ଟଙ୍କା ଠକେଇ ମାମଲାର ପର୍ଦ୍ଦାଫାସ । ୭ ଜଣ ଆନ୍ତରାଜ୍ଯ ସାଇବର ଠକ ଗିରଫ । ୧୯ ଲକ୍ଷ ଟଙ୍କା ଜବତ । ଆଇପିଓ ଓ ଓଟିସି ଟ୍ରେଡିଂ ଆଳରେ ଉଚ୍ଚ ଲାଭର ପ୍ରଲୋଭନ ଦେଖାଇ ଠକିଥିଲେ ଅଭିଯୁକ୍ତ । ଜାନୁଆରୀ ୧୩ରେ ଏନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ପ୍ରାରମ୍ଭିକ କ୍ଷତି ହୋଇଥିଲେ ମଧ୍ଯ ଅଧିକ ନିବେଶ କରିବାକୁ ଉତ୍ସାହିତ କରିଥିଲେ ଠକ । ଅଭିଯୋଗ ପରେ କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ଅଞ୍ଚଳରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କର୍ଣ୍ଣାଟକର ଜ୍ଯୋତି ରାଜୁ, ରାଜୁ ସି, ଇସମାଇଲ ରାହାଇଦ, ୱାସିମ ତାମିଲନାଡୁର ପଟ୍ଟାରାଜା ଏସ, ଜେଗାଥିସ ରାଥାକୃଷ୍ଣନ ଓ ଇ ସଙ୍ଖୁକୁମାରାଭେଲ । ଅଭିଯୁକ୍ତମାନେ ଟ୍ରେଡିଂ ଆନାଲିସିସ୍ ଭାବେ ପରିଚୟ ଦେଇ ଆଇପିଓ, ଶେୟାର ଏବଂ ଓଟିସି ରେ ନିବେଶ କରିବା ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଥିଲା । କର୍ଣ୍ଣାଟକ ଓ ତାମଲନାଡୁ କୋର୍ଟରେ ହାଜର ପରେ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ପୋଲିସ୍ । ଅଭିଯୁକ୍ତଙ୍କ ଠାରୁ ମୋବାଇଲ, ଆଧାର ଓ ପ୍ୟାନକାର୍ଡ, ପାସବୁକ, ଚେକବୁକ, କ୍ରେଡିଟ୍ କାର୍ଡ ଜବତ କରାଯାଇଛି । ଅଭିଯୁକ୍ତଙ୍କ ବ୍ୟଙ୍କ ଆକାଉଣ୍ଟକୁ ସିଲ କରାଯାଇଛି । ୪ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିବାବେଳେ ବ୍ୟାଙ୍କରେ ୧୫ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି ।