ଆଜି ଅପରାହ୍ନ ୪ଟାରୁ ଟିକେଟ ବୁକିଂ…ଜାଣନ୍ତୁ କେଉଁଠୁ କେଉଁଠିକୁ ଗଡିବ ଟ୍ରେନ୍

1 min read

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗୁଛି । ୬୭ ହଜାର ଟପିଛି ପଜିଟିଭ ସଂଖ୍ୟା। ତେବେ ଏଭଳି ପରିସ୍ଥିତିରେ ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି । ରେଳ ମନ୍ତ୍ରାଳୟ ଅନୁସାରେ ଆସନ୍ତାକାଲିଠୁ ଦେଶରେ ଗଡ଼ିବ ଟ୍ରେନ । ପ୍ରାଥମିକ ପର୍ଯ୍ୟାୟରେ ୧୫ ଯ଼ୋଡା ଟ୍ରେନ ଚାଲିବ । ଏଥିପାଇଁ ଆଜି ଅପରାହ୍ନ ୪ଟାରୁ IRCTC ଓ୍ବେବସାଇଟରେ ଟିକେଟ ବୁକିଂ ଆରମ୍ଭ ହେବ । ରିଜର୍ଭେସନ୍‌ ସୁବିଧା କେବଳ ଆଇଆରସିଟିସି ଓ୍ବେବସାଇଟ୍‌ରେ ଉପଲବ୍ଧ ହେବ। ଷ୍ଟେସନ୍‌ରେ ଥିବା ସମସ୍ତ କାଉଣ୍ଟର ବନ୍ଦ ରହିବ। ଏନେଇ ରେଳମନ୍ତ୍ର।ଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଦେଶରେ କେଉଁଠିକୁ ଟ୍ରେନ୍ ଗଡିବ ସେ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି । ସମସ୍ତ ଟ୍ରେନ୍‌ ଦିଲ୍ଲୀରୁ ଦେଶର ବିଭିନ୍ନ ସ୍ଥାନକୁ ଚାଲିବ । ଦିବ୍ରୁଗଡ଼, ଅଗରତାଲା, ହାଓଡା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ବର, ସିକନ୍ଦରାବାଦ, ବେଙ୍ଗଳୁରୁକୁ ଟ୍ରେନ ଚାଲିବ । ବେଙ୍ଗଳୁରୁ, ମୁମ୍ବାଇ, ରାଞ୍ଚି, ପାଟନା ପାଇଁ ସ୍ବତନ୍ତ୍ର ଟ୍ରେନ ଚଲାଇବା ପାଇଁ ବ୍ୟବସ୍ଥା କରାଯାଇଛି । କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଦିଲ୍ଲୀ ଷ୍ଟେସନ୍‌ରେ ପ୍ରବେଶ ପାଇଁ ଅନୁମତି ମିଳିବ।

ଟ୍ରେନରେ ଯାତ୍ରା ପୂର୍ବରୁ ଯାତ୍ରୀଙ୍କର ଥର୍ମାଲ ସ୍କାନିଂ କରାଯିବ । ଯାତ୍ରୀଙ୍କର ଫ୍ଲୁର ଯେପରି କୈାଣସି ଲକ୍ଷଣ ନଥାଏ, ସେନେଇ ସୁନିଶ୍ଚିତ କରାଯିବ। ଟେଷ୍ଟ ପରେ ନେଗେଟିଭ ବାହାରିଲେ ହିଁ ସେମାନଙ୍କୁ ଟ୍ରେନରେ ଯାତ୍ରା ପାଇଁ ଅନୁମତି ଦିଆଯିବ।  ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ। ସାମାଜିକ ଦୂରତା ରକ୍ଷା କରି ଲୋକେ ଟ୍ରେନରେ ଯାତ୍ରା କରିବେ । ସମସ୍ତ ଟ୍ରେନ୍‌ ଏସି କୋଚ୍‌ ସହ ଚାଲିବ ଓ ସୀମିତ ଷ୍ଟପେଜ୍‌ ରହିବ।

ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

 

 

 

Leave a Reply