ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଆଜିଠାରୁ ବାରବାଟୀରେ ଆରମ୍ଭ ହେବ ଟିକେଟ ବିକ୍ରି
1 min readନନ୍ଦିଘୋଷ ବ୍ୟୁରୋ: ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଆଜିଠାରୁ ବାରବାଟୀରେ ଆରମ୍ଭ ହେବ ଟିକେଟ ବିକ୍ରି । ଅନଲାଇନରେ ଆଜିଠାରୁ ଟିକେଟ ବିକ୍ରି ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୪ ହଜାର ଟିକେଟ ବିକ୍ରି କରାଯିବ । ୩ ଓ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂଗଠନ ଗୁଡିକୁ ପ୍ରାୟ ୧୪ ହଜାର ଟିକେଟ ବିକ୍ରି କରାଯିବ । ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ବିକ୍ରିହେବ ପ୍ରାୟ ୧୨ ହଜାର ଟିକେଟ । ହର୍ସଗେଟ ପାଖ କାଉଣ୍ଟରରେ ୬ ହଜାର ଟଙ୍କାରୁ ଅଧିକ ମୂଲ୍ଯର ଟିକେଟ ବିକ୍ରି କରାଯିବ । ଅନ୍ଯ ଗ୍ଯାଲେରୀ ପାଇଁ ୪ଟି କାଉଣ୍ଟରରେ ମିଳିବ ଟିକେଟ । ସକାଳ ୧୦ଟା ରୁ କାଉଣ୍ଟରରେ ମିଳିବ ଟିକେଟ । ପରିଚୟପତ୍ର ଦେଖାଇ ଜଣକ ପିଛା ଦୁଇଟି ଟିକେଟ କିଣିପାରିବେ ଦର୍ଶକ । ୫ ଟିକିଆ ଟି-୨୦ ସିସିଜ ଜିତିବା ପରେ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବା ଭାରତ-ଇଂଲଣ୍ଡ ମଧ୍ଯରେ ଦିନିକିଆ ମୁକାବିଲା । ୩ଟିକିଆ ଏହି ସିରିଜର ଦ୍ବିତୀୟ ମ୍ଯାଚ ଆସନ୍ତା ୯ ତାରିଖରେ ବାରବାଟୀରେ ଖେଳାଯିବ । ଏଥିପାଇଁ ୭ ତାରିଖରେ ଉଭୟ ଟିମ ଭୁବନେଶ୍ବରରେ ପହଞ୍ଚିବା ପରେ ୮ ତାରିଖ ପୂର୍ବହ୍ଣରେ ଇଂଲଣ୍ଡ ଓ ଅପରାହ୍ନରେ ଭାରତୀୟ ଟିମ୍ ଅଭ୍ଯାସ କରିବେ । ସେପଟେ ସଜେଇ ହେଲାଣି ବାରବାଟୀ ଷ୍ଟାଡିୟମ । ମର୍ଡନ ଗ୍ରାସ କଟକରେ ପଡ଼ିଆର ଘାସ ସବୁ କଟାଯାଇଥିବାବେଳେ ଆଜି ଏହାକୁ ଚେସବୋର୍ଡ ସେପ୍ ଦିଆଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।