ଅନଲାଇନରେ ହେଉଛି ସଂରକ୍ଷିତ ପ୍ରାଣୀଙ୍କର ଦାନ୍ତ ବିକ୍ରି, ବାହାର ଦେଶକୁ ବ୍ୟାପିଛି ଏହାର ଚେର

ଭୁବନେଶ୍ୱର: ଅନଲାଇନ ରେ ବେଧଡକ ବିକ୍ରି ଚାଲିଛି ମୃତ ବନ୍ୟପ୍ରାଣୀଙ୍କ ଅଙ୍ଗ ପ୍ରତ୍ୟଙ୍ଗ । ଜଙ୍ଗଲୀ ବାରାହା ଦାନ୍ତ କୁ ଶୁକର ଦାନ୍ତ ନାମରେ ହେଉଛି ବିକ୍ରି । ୩ହଜାରରୁ ୧୫ ହଜାର ଟଙ୍କା ଯାଏଁ ଏହାର ଦାମ୍‌ ରହିଛି । ଡ଼ଲାର ଏବଂ ପାଉଣ୍ଡ ରେ ମଧ୍ୟ ହେଉଛି କାରବାର । ଖୁଲମ ଖୁଲା କିଣା ବିକା ଚାଲିଛି ଅନଲାଇନ ରେ । ଗରାଖ ନିଜ ପସନ୍ଦର ମାଲ ଦେଖି ଆଡ଼ଭାନ୍ସ ପେମେଣ୍ଟ କରୁଛନ୍ତି ।

ଆଉ ପେମେଣ୍ଟ ପରେ କୋରିଅରରେ ମାଲ ନିଜ ଠିକଣା ରେ କହଞ୍ଚିଯାଏ । ସବୁ କିଛି ସୁନିୟନ୍ତ୍ରିତ ଏବଂ ସୁବ୍ୟବସ୍ଥିତ ଢ଼ଙ୍ଗରେ ଚାଲେ । ବାରାହା ର ଦାନ୍ତକୁ, ମୋହିନୀ ‘”ଶୁକର ଦନ୍ତ” ନାମରେ ବିକ୍ରି କରୁଛନ୍ତି ଦଲାଲ । ଏମିତି ଅନେକ ଇ କମର୍ସ ସାଇଟ ରେ ମିଳୁଛି ଶୁକର ଦାନ୍ତ । ଦେଶ ତଥା ଦେଶ ବାହାରେ ଅଛନ୍ତି ଗରାଖ । ତେବେ ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ ଅନେକ ମନଗଢ଼ା କାହାଣୀ ତିଆରି କରିଛନ୍ତି ଦାନ୍ତ ଦଲାଲ । ବିଭିନ ୱେବ ସାଇଟ ଏବଂ ବ୍ଲଗ ଜରିଆରେ କରାଯାଉଛି ହାଇଲାଇଟ । ଶୁକର ଦାନ୍ତ ଲକେଟ ବେକରେ ପିନ୍ଧିଲେ ବା ପାଖରେ ରଖିଲେ ବେପାର ଭଲ ହେବ ବୋଲି ଅନ୍ଧବିଶ୍ୱାସକୁ  ଭେଳିକି ସୃଷ୍ଟି କରାଯାଇଛି ।

ତେବେ ସତରେ କଣ ଶୁକର ଦନ୍ତ ପାଖରେ ଥିଲେ ଅସମ୍ଭବ ସମ୍ଭବ ହେଇଯିବ ? ଆଦୌ ନୁହେଁ । ଏହା ହେଉଛି ସମ୍ପୂର୍ଣ୍ଣ ନିରାଧାର ଏବଂ ଘୋର ଅନ୍ଧବିଶ୍ୱାସ । ଦଲାଲ ମାନେ କେବଳ ଦାନ୍ତର ଭଲ ବ୍ୟବସାୟ ପାଇଁ ଏଭଳି ପ୍ଲାନ କରିଛନ୍ତି । ସବୁ ଆଇଟମ ର ଫୋଟୋ ଏବଂ ତାହାର ମୂଲ୍ୟ ମଧ୍ୟ ସ୍ପଷ୍ଟ ଭାବରେ ଲେଖା ଯାଉଛି । ଏମିତିକି ଡିସକାଉଣ୍ଟ ବା ରିହାତି କଥା ମଧ୍ୟ ଉଲ୍ଲେଖ ରହୁଛି । ତେବେ ଏଇ ଶୁକର ଦାନ୍ତ ପାଇଁ କ୍ୟାସ ଅନ ଡେଲିଭରି ସୁବିଧା ଆଦୌ ନାହିଁ । ଗରାଖ ସବୁ ଟଙ୍କା ଆଗୁଆ ପେମେଣ୍ଟ କଲେ ଯାଇ କଥା ଆଗକୁ ବଢିବ ! ପୁରା ମାମଲା କୁ ଅନୁଧ୍ୟାନ କଲେ ଏହା ପଛରେ ସାରା ଦେଶରେ ଯେ ଏକ ଅରଗାନାଇଜଡ କ୍ରାଇମ ବା ସଙ୍ଗଠିତ ଅପରାଧ ଚାଲିଥିବା କଥା ସ୍ପଷ୍ଟ ଜଣା ପଡୁଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଙ୍ଗଲୀ ବରାହ ବା ୱାଇଲଡ ବୋର ବନ୍ୟ ପ୍ରାଣୀ ସଂରକ୍ଷଣ  ଆଇନ ୧୯୭୨ ଅନୁଯାୟୀ ସଂରକ୍ଷିତ ପ୍ରାଣୀ । ଏମାନଙ୍କୁ ମାରି ବା ହତ୍ୟାକରି ମାଂସ ଖାଇ ଧାରା ୯ ଅନୁଯାୟୀ  ଅନେକ ଲୋକ ଗିରଫ ହୋଇ ଜେଲ ଦଣ୍ଡ ଭୋଗିଛନ୍ତି । ସେହିପରି କୌଣସି ବନ୍ୟପ୍ରାଣୀ ର କିଛି ବି ଅଙ୍ଗ ପ୍ରତ୍ୟଙ୍ଗ ଟ୍ରେଡିଂ କରିବା ଧାରା ୩୯ ଅନୁସାରେ ବେଆଇନ ।

ଏଣୁ ଏହି ବେପାର କୁ ବନ୍ଦ କରିବା ପାଇଁ ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଆଜି ୱାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ନିକଟରେ ଅଭିଯୋଗ କରିଛନ୍ତି । ସମସ୍ତ ତଥ୍ୟ ପ୍ରମାଣ ସହିତ କିଛି ଲିଙ୍କ ଏବଂ ୟୁଆରଏଲ ଥିବା ସ୍କ୍ରିନଶଟ ନିଜର ଅଭିଯୋଗ ସହିତ ଇମେଲ ରେ ୱାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଆଡିସନାଲ ଡ଼ାଇରେକ୍ଟର ଶ୍ରୀମତୀ ତିଲୋତ୍ତମା ବର୍ମା ଙ୍କୁ ଦେଇଛନ୍ତି । ଏଥିସହ ଓଡ଼ିଶାର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱାବଧାରଜ ଙ୍କୁ ମଧ୍ୟ ଏକ କପି ଦେଇଛନ୍ତି ।

Leave a Reply