ଏସସିବିରେ ଅନଲାଇନ୍ ପଞ୍ଜିକରଣ
1 min read
କଟକ: ଏସସିବିରେ ଓପିଡି ରୋଗୀ ସେବା ଟିକେଟ ପାଇଁ ଆରମ୍ଭ ହେଲା ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତି ଅନୁଯାୟୀ, WWW.ESWASTHYA.ODISHA.GOV.IN ରେ ଲଗ୍ ଇନ୍ କରି ପଞ୍ଜୀକରଣ କରିପାରିବେ ରୋଗୀ ବା ତାଙ୍କ ସଂପର୍କୀୟ । 7 ଦିନ ପାଇଁ ଆବଶ୍ୟକ ଅନୁଯାୟୀ ଟିକେଟ ବୁକିଂ କରି ହେବ । ରାତି 12ଟାରୁ ବୁକିଂ ସହ ଲୋକଙ୍କ ପାଇଁ ଅଫଲାଇନ ଟିକେଟ ବୁକିଂ ଜାରି ରହିବ ।
ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଚିକିତ୍ସା ପାଇଁ 7 ହଜାରରୁ ଅଧିକ ରୋଗୀ ଆସୁଛନ୍ତି । ସେମାନଙ୍କ ପାଇଁ 20ଟି କାଉଣ୍ଟର ରହିଛି । ତଥାପି ଖରାରେ ଘଣ୍ଟା ଘଣ୍ଟା ଧରି ଲୋକମାନେ ଓପିଡି ଟିକେଟ ପାଇଁ ଲାଇନ ଲଗାଇ ଅପେକ୍ଷା କରୁଥିଲେ । ଏବେ ଲୋକମାନେ ଅନଲାଇନ ପଞ୍ଜିକରଣ କଲେ ଭିଡ଼ କମିବା ସହିତ ସହଜରେ ରୋଗୀ ଦେଖାଇ ହେବ ।