ଅନଲାଇନ ପୋଞ୍ଜି ସ୍କିମରେ ଠକେଇ ମାମଲା, ସାଇବର ଠକଙ୍କ ୧୪ଟି ଆକାଉଣ୍ଟରୁ ୭୫ ଲକ୍ଷ ଟଙ୍କା ଫ୍ରିଜ କଲା EOW

1 min read

ଭୁବନେଶ୍ୱର: ଅନଲାଇନ ପୋଞ୍ଜି ସ୍କିମରେ ଠକେଇ ମାମଲା । ସେଲିବ୍ରିଟି, ଶିଲ୍ପପତି, କ୍ରିକେଟରଙ୍କ ଫଟୋ ଓ ଭିଡ଼ିଓକୁ ଏଡିଟ କରି ଲିଙ୍କ ଦେଇ କରୁଥିଲେ ପ୍ରଚାର । ଦୁବାଇ ଓ ୟୁଏଇରୁ ଠକ କରୁଛି ଅପରେଟ । ଲୋଭ ଦେଖି ଲୋକଙ୍କୁ ଠକୁ ଥିଲେ ସାଇବର ଠକ । ସାଇବର ଠକଙ୍କ ବିଭିନ୍ନ 14ଟି ଆକାଉଣ୍ଟରୁ 75 ଲକ୍ଷ ଟଙ୍କା ଫ୍ରିଜ କରିଛି ଇଓଡବ୍ଲୁ । ଅନଲାଇନ ପୋଞ୍ଜି ସ୍କିମ ପାଇଁ କରୁଥିବା ଆପ ଗୁଡିକରେ ମଧ୍ୟବିତ୍ତ ପରିବାର ଲୋକଙ୍କୁ ଟାର୍ଗେଟ କରୁଥିଲେ ଠକ । ଇଓଡବ୍ଲୁ ଅଭିଯୋଗ ପରେ ମାମଲା କରାଯାଇଛି । ପୂର୍ବରୁ 1 କୋଟି 22 ଲକ୍ଷ ଟଙ୍କା ଫ୍ରିଜ କରାଯାଇଥିଲା ।

ଅମିତାଭ ଵଚନ, ସଚିନ ତେନ୍ଦୁଲକର, ମୁକେଶ ଅମ୍ବାନୀଙ୍କ ଭଳି ବଡ଼ ବଡ଼ ସେଲିବ୍ରିଟିଙ୍କ ଫୋଟୋ ଭିଡ଼ିଓ ବ୍ୟବହାର କରି ଲୋକଙ୍କୁ ଲଗାଉଥିଲେ ଚୁନା । ଯାହା ଫଳରେ ସାଧାରଣ ଲୋକ ମାନେ ସହଜରେ ଭରସା କରି ଯାଉଥିଲେ l ଅଳ୍ପ ସମୟରେ ଅଧିକ ଟଙ୍କା ପାଇବା ଲୋଭରେ ଫସୁଥିଲେ ଲୋକ । ଫ୍ଲାଏ ଏଭିଏଟର,ଫୋରେକ୍ସ ଡାନା, ଲାଇଭ 22 କ୍ୟାସ ଇତ୍ୟାଦି ଆପ୍ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ l ସେଲ କମ୍ପାନୀର ଆକାଉଣ୍ଟକୁ ବ୍ୟବହାର କରୁଥିଲେ ଏହି ଲୁଟେରା । 10 ହଜାର କୋଟି ଟଙ୍କାର ବେଇଆନ କାରବାର ହୋଇଛି l ୟୁପିଆଇ ଆଇଡିରେ ଟଙ୍କା ଦେଇ ଭରସା ଜନ୍ମଇବା ପରେ ୟୁପିଆଇକୁ ବଦଳାଇ ଦେଉଥିଲେ l ଏହି ସମସ୍ତ ଆକାଉଣ୍ଟରେ ଏବେ ସୁଦ୍ଧା ପାଖାପାଖି ଏକ ହଜାର କୋଟି ଟଙ୍କାର ଆର୍ଥିକ କାରବାର ହୋଇଛି ।

ଏହି ଟଙ୍କା ଗୁଡିକୁ କ୍ରିପଟୋରେ ବଦଳାଇବା ସହ ବାହାର ଦେଶକୁ ମଧ୍ୟ ଟ୍ରାନ୍ସଫର କରି ଦେଉଥିଲେ l ଏ ନେଇ ଆଡଭାଇଜରୀ ଜାରି କରିଛି ଇଓଡବ୍ଲୁ । ଏହିଭଳି ଆପ ଗୁଡିକ ଠାରୁ ଦୂରେଇ ରହିବା ସହ କାହାକୁ ବି ରେଫର ନକରିବାକୁ ପରାମର୍ଶ ଦେଇଛି ଇଓଡବ୍ଲୁ l ସାଇବର ଫ୍ରଡ଼ରେ ମଧ୍ୟ ଏହି ପଇସାକୁ ଇନଭେଷ୍ଟ କରାଯାଉଥିଲା । ବେଆଇନ ଆପ୍ ଗୁଡିକୁ ପ୍ରଚାର ପ୍ରସାର ନକରିବାକୁ ସୋସିଆଲ ମିଡ଼ିଆ ଇଫ୍ଲୁଏନସର ଓ ସେଲିବ୍ରିଟି ମାନଙ୍କୁ ଅପିଲ କରିଛି ଅର୍ଥନୈତିକ ଶାଖା । ଠକଙ୍କୁ ଧରିବା ପାଇଁ ଆପର ଆଡ଼ମିନ, କ୍ରିଏଟର, କେଉଁଠି ତିଆରି ହୋଇଥିଲା ଜାଣିବାକୁ ଗୁଗୁଲକୁ ଚିଠି ଲେଖିଲ ଇଓଡବ୍ଲୁ ।