୮ ତାରିଖରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ NEET ଓ JEE କୋଚିଂ
1 min read
ଭୁବନେଶ୍ବର: NEET ଓ JEE ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଦିଆଯିବ କୋଚିଂ । ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ପାଇ ପାରିବେ ରେଗୁଲାର କୋଚିଂ । ଜାନୁଆରୀ ୮ ତାରିଖରୁ ୩୧ ତାରିଖ ଯାଏଁ ଦିଆଯିବ କୋଚିଂ ।
ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଏହି କୋଚିଂ ଦେବେ ଏକ୍ସପର୍ଟ । ସକାଳ ୮ଟା ୩୦ରୁ ୧୦ଟା ଯାଏଁ ଦିଆଯିବ NEET କୋଚିଂ । ସେହିପରି ଅପରାହ୍ଣ୨ଟା ୩୦ରୁ ୩ଟା ୩୦ ଯାଏଁ ଦିଆଯିବ JEE କୋଚିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଗଲା ଟାଇମ ଟେବୁଲ ।