ସ୍କୁଲରେ ଲାଗୁହେବ ଅନଲାଇନ ଉପସ୍ଥାନ ବ୍ୟବସ୍ଥା

1 min read

ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଖୁବଶୀଘ୍ର ଲାଗୁ ହେବ ଅନଲାଇନ ଉପସ୍ଥାନ ବ୍ୟବସ୍ଥା । ପାଇଲଟ୍ ପ୍ରକଳ୍ପ ଜରିଆରେ ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରୁ ଏହାକୁ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି । ଯାହା ଦ୍ୱାରା କେଉଁ ଶିକ୍ଷକ ଓ କେତେ ଛାତ୍ରଛାତ୍ରୀ ସ୍କୁଲରେ ଉପସ୍ଥିତ ହେଉଛନ୍ତି ତାହା ସହଜରେ ଜାଣିହେବ । ସେହିଭଳି ରାଜ୍ୟର ୧୦୦ଟି ସ୍କୁଲକୁ ସ୍କୁଲ ଅଫ ଏକ୍ସଲେନ୍ସ ଚିହ୍ନଟ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି । ଚଳିତ ବର୍ଷରୁ ସେହି ୧୦୦ଟି ସ୍କୁଲରେ ସ୍ପୋକନ୍ ଇଂଲିଶ ଠାରୁ ଆରମ୍ଭ କରି କଂପ୍ୟୁଟର ଶିକ୍ଷା ଓ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦିଆଯିବ । ସେହିଭଳି ନୂଆ ଷ୍ଟୁଡେଣ୍ଟ ହେଲ୍ପ ଲାଇନ ନମ୍ବର ଜାରି କରିଛି ଗଣଶିକ୍ଷା ବିଭାଗ। ଏହି ନୂଆ ନମ୍ବର ହେଲା ୧୪୪୧୭ । ')}

Leave a Reply