ସୁନାଠୁ ଦୁର୍ମୂଲ୍ୟ ହେଲା ! ରୋଷେଇ ଘରୁ ଯାଇ ଗହଣା ବାକ୍ସରେ ପଶିଲା

1 min read

ସୁନା ମୂଲ୍ୟ କମିଲା, ହେଲେ ସିଏ ତା’ ମୂଲ୍ୟ ବଢ଼ାଇ ଚାଲିଛି । ରୋଷେଇ ଘରୁ ଯାଇ ଗହଣା ବାକ୍ସରେ ପହଞ୍ଚିଲାଣି ସେଇ ଅମୂଲ ମୂଲ ଜିନିଷ ମାନେ ପିଆଜ । ଏବେ ଟିକ୍‌ଟକ୍‌ ରେ ମଧ୍ୟ ଏହାକୁ ନେଇ ବେଶ ଚର୍ଚ୍ଚା । ବିଭିନ୍ନ ପ୍ରକାରର କନସେପ୍ଟରେ ତାକୁ ନେଇ ଆକ୍ଟ କରାଯାଉଛି ।

https://www.facebook.com/nandighoshatv/videos/779630429163813/

କିଏ କାହାକୁ ପିଆଜ ଗିଫ୍ଟ ଦେଲାଣି ତ  କିଏ ପିଆଜ ନେଇ ଆଲମିରା ଭିତରେ ଗହଣା ବାକ୍ସରେ ରଖିଲାଣି । ଆଉ କିଏ ପିଆଜକୁ କଡ଼େଇ ସାମ୍ନାରେ ସୂତାରେ ଓହଳାଇ ରୋଷେଇ କଲାଣି । ଏହି ଭଳି ବିଭିନ୍ନ ପ୍ରକାରର ମଜାଦାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ପିଆଜକୁ ନେଇ । ପିଆଜ ମୂଲ୍ୟ ଆକାଶ ଛୁଆଁ ହୋଇଥିବାରୁ ଏଭଳି ଭିଡ଼ିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

Leave a Reply