ବଢ଼ିଲା ପିଆଜ ଦର: ରପ୍ତାନୀ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର
1 min readନୂଆଦିଲ୍ଲୀ: ଆଉ ଦେଶ ବାହାରକୁ ଯିବନି ପିଆଜ । ଦେଶରେ ବଢିଚାଲିଥିବା ପିଆଜ ଦରକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆଉ ଦେଶ ବାହାରକୁ ରପ୍ତାନୀ ହେବନାହିଁ ପିଆଜ । ବୈଦେଶିକ ବାଣିଜ୍ୟ ନୀତି 2015-20ରେ ସଂଶୋଧନ ଆଣିଛନ୍ତି କେନ୍ଦ୍ର ସରକାର । ଏନେଇ ବିଜ୍ଞପ୍ତି ଜାରି କରିଛି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ । ବର୍ଷା ଯୋଗୁଁ ଏଥର ପିଆଜ ଚାଷରେ ବାଧାପ୍ତାପ୍ତ ସୃଷ୍ଟି ହୋଇଛି । ଯାହାଫଳରେ ଉତ୍ପାଦନ ହ୍ରାସ ପାଇଛି । ଏଣୁ ଆଗାମୀ ଦିନରେ ଯେଭଳି ପିଆଜର ଅଭାବୀ ଦେଶରେ ଦେଖାନଯାଏ ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ସୂଚନା ଯୋଗ୍ୟ ଯେ, ମହାରାଷ୍ଟ୍ରର ଲାସାଲଗାଁ ହୋଲସେଲ୍ ମାର୍କେଟରେ ପିଆଜ ଦର କିଲୋ ପ୍ରତି ୩୦ ଟଙ୍କା ଅତିକ୍ରମ ହୋଇଛି । ଏହା ପରେ ପିଆଜର ବିଦେଶ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି ସରକାର । ତେବେ ଗତ ମେ’ ମାସ ଠାରୁ ନାସିକ ଜିଲ୍ଲାର ଲାସାଲଗାଁ ହୋଲସେଲ୍ ମାର୍କେଟରେ ପିଆଜ ଦର ବଢ଼ିଆସିଛି । ଏଥିସହିତ ଅଗଷ୍ଟ ମାସର ପ୍ରବଳ ବର୍ଷା ଯୋଗୁଁ କର୍ଣ୍ଟାଟକାରେ ପିଆଜ ଅମଳ ଉପରେ ବଡ଼ ଧରଣର ପ୍ରଭାବ ପକାଇଛି । ଏଭଳିକି ଗଚ୍ଛିତ ପିଆଜ ଉପରେ ମଧ୍ୟ ବଡ଼ ଧରଣର ପ୍ରଭାବ ପକାଇଥିବା କହିଛନ୍ତି ଜଣେ ବ୍ୟବସାୟୀ । ଯାହାର ପ୍ରଭାବ ସେପ୍ଟେମ୍ୱରେ ବଜାରରେ ଦେଖିବାକୁ ମିଳିବ । ବର୍ତ୍ତମାନ ସମୟରେ କେବଳ ମହାରାଷ୍ଟ୍ର ବଜାରେ ପିଆଜ ଗଚ୍ଛିତ ରହିଛି । ଏଣୁ ନଭେମ୍ୱର ମାସରେ ବଜାରକୁ ନୂଆ ପିଆଜ ଆସିବା ପର୍ଯ୍ୟନ୍ତ ଦର ବଢ଼ିପାରେ ।