ବର୍ଷା ଯୋଗୁଁ ପିଆଜ ବଜାରରେ ନିଆଁ

1 min read

ଭୁବନେଶ୍ୱର: ପିଆଜରେ ଲାଗିଥିବା ନିଆଁ ଲିଭିବନି । ଆହୁରି ବଢ଼ିବ ପିଆଜ ଦର । କେଜି ପିଛା ପିଆଜ ଦର ୬ରୁ ୧୦ ଟଙ୍କା ବଢ଼ିବ । ପିଆଜ ଆମଦାନୀ ହେଉଥିବା ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ବର୍ଷା ହେଉଥିବାରୁ ଦର ବଢ଼ୁଛି । ରାଜ୍ୟରେ ମଧ୍ୟ ଏହାର ପ୍ରଭାବରେ ଦରବୃଦ୍ଧି ଘଟିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

Onion

ରାଜ୍ୟରେ ପିଆଜ କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଛି । ଖାଉଟିଙ୍କୁ କମ ରେଟରେ ଯୋଗାଇଦେବାକୁ ସରକାର ଚିନ୍ତା କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ଫସଲ ଅମଳ ଋତୁ ହୋଇଥିବାରୁ ବର୍ଷାର ପ୍ରଭାବ ପଡ଼ିବ । ଉପକୂଳ ଜିଲ୍ଲାରେ ଫସଲ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡ଼ିକରେ ବର୍ଷା ଯୋଗୁଁ ଫସଲ ଅମଳ ବାଧାପ୍ରାପ୍ତ ହେବ ନାହିଁ ।

Onionsସେପଟେ ଦେଶର ବିଭିନ୍ନ ରାଜ୍ୟରେ ୨ ଦିନ ତଳେ ଦର ୪୦ରୁ ୫୦ ଟଙ୍କା ଥିବା ବେଳେ ଆଜି ୭୦ରୁ ୮୦ ଟଙ୍କା ହୋଇଛି । ପିଆଜ ଦର ଖସିବାକୁ ଅନ୍ତତଃ ଆଉ ୨ ସପ୍ତାହ ଲାଗିବ ବୋଲି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଉଛି । ')}

Leave a Reply