ଜଳୁଛି ଉତ୍ତର-ପୂର୍ବ ଭାରତ, ଓଡ଼ିଶାକୁ ଆସିପାରୁନି ପିଆଜ

1 min read

ଭୁବନେଶ୍ୱର: ପିଆଜ କନ୍ଦାଉଛି, ସେପଟେ ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ରାସ୍ତାରେ ନିଆଁ ଜଳୁଛି । ସିଏଏକୁ ବିରୋଧ କରି ବିଶେଷକରି ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକରେ ପ୍ରତିବାଦ ଚାଲିଛି । ଫଳରେ ପିଆଜ ଆମଦାନୀ ପ୍ରଭାବିତ ହୋଇଛି । ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଯୋଗୁଁ ଓଡ଼ିଶାକୁ ପିଆଜ ଗାଡ଼ି ଆସି ପାରୁନାହିଁ ।ବର୍ତ୍ତମାନ ଆବଶ୍ୟକତା ଠାରୁ ରାଜ୍ୟକୁ କମ୍ ପିଆଜ ଆସୁଛି । ଆଉ ଦୁଇରୁ ତିନିଦିନ ମଧ୍ୟରେ ସ୍ଥିତିରେ ପରିବର୍ତ୍ତନ ଆସିବ । ଏନେଇ ରାଜ୍ୟ ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ଆସାମ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଦିଲ୍ଲୀରେ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି ।

https://nandighoshatv.comprotester-set-fire-in-3-bus-among-protest-against-citizenship-act/

Leave a Reply