ଆଜିର ଦିନକୁ ମୋଦୀ ସରକାରଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ଦିବସ ଭାବେ ପାଳନ କରୁଛି କଂଗ୍ରେସ

ନୂଆଦିଲ୍ଲୀ: ଆଜି ବିମୁଦ୍ରିକରଣ ବା ନୋଟବନ୍ଦୀକୁ ପୂରିଲା ଚାରି ବର୍ଷ । ୨୦୧୬ ମସିହା ନଭେମ୍ବର ୮ତାରିଖ ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କରିଥିଲେ  । ଦେଶରେ ପ୍ରଚଳିତ ୧ହଜାର ଓ ୫ଶହ ଟଙ୍କିଆ ନୋଟକୁ ଅଚଳ ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର  । କଳାଧନ ଉପରେ ଅଙ୍କୁଶ ଲଗାଇବାକୁ ମୋଦି ସରକାର ବଡ ପଦକ୍ଷେପ ନେଇଥିବା ସ୍ପଷ୍ଟ କରିଥିଲେ  ।

ପୁରୁଣା ୫ଶହ ଓ ୧ହଜାର ବଦଳରେ ନୂଆ ୫ଶହ ଓ ୨ହଜାର ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା  । ନୋଟବନ୍ଦୀ ଘୋଷଣା ପରେ ବ୍ୟାଙ୍କଗୁଡିକରେ ଅଚଳ ନୋଟ ବଦଳାଇବାକୁ ପ୍ରବଳ ଭିଡ ଲାଗିଥିଲା  ।  କିନ୍ତୁ ପରବର୍ତ୍ତି ସମୟରେ ଏହାର କୌଁଣସି ଆଖିଦୃଶିଆ ସଫଳତା ଦେଶ ପାଇନଥିଲା  ।  ବିମୁଦ୍ରିକରଣ ପାଇଁ ଦେଶର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା  । ଜିଏସଟି ଉପରେ ଗୁରୁତର ଭାବେ ପ୍ରଭାବ ପକାଇଥିଲା  । ସରକାରଙ୍କର ଏଭଳି ପଦକ୍ଷେପକୁ କଡା ସମାଲୋଚନା କରିଥିଲେ ବିରୋଧି । ସରକାର କୌଁଣସି ପ୍ରସ୍ତୁତି ନକରି ତରବରିଆଭାବେ ନିୟମ ଲାଗୁକରିଥିବା ଅଭିଯୋଗ ହୋଇଥିଲା  ।

ସେପଟେ ବିମୁଦ୍ରୀକରଣ ଚାରି ବର୍ଷର ପୂରା ହେବା ପରେ କଂଗ୍ରେସ ନଭେମ୍ବର ୮ କୁ ମୋଦୀ ସରକାରଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ଦିବସ ଭାବେ ପାଳନ କରିବ । ମହାସଚିବ ସଂଗଠନ କେସି ବେନୁଗୋପାଲ କହିଛନ୍ତି ଯେ, ଅନଲାଇନ୍ ପ୍ଲାଟଫର୍ମ ସହିତ ରାଜ୍ୟର ରାଜଧାନୀ ଏବଂ ଜିଲ୍ଲା ମୁଖ୍ୟାଳୟରେ ପ୍ରଦର୍ଶନ କରି ବିମୁଦ୍ରୀକରଣର ସତ୍ୟତା ଜନସାଧାରଣଙ୍କ ନିକଟରେ ଜଣାଇବେ । କିପରି ବିମୁଦ୍ରୀକରଣ ଯୋଗୁଁ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

Leave a Reply