କୁନି ଝିଅକୁ କରୋନା: ପୂର୍ବରୁ ସେହି ପରିବାରର ୫ ବର୍ଷର ପୁଅ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛି
ଝାରସୁଗୁଡ଼ାରେ କୁନି କରୋନା ଆକ୍ରାନ୍ତ ଚିହ୍ନଟ । ସ୍ଥାନୀୟ ମଙ୍ଗଳ ବଜାର ଅଞ୍ଚଳରେ ରହୁଥିବା ପରିବାରର ୧ ବର୍ଷର ଝିଅ । ପୂର୍ବରୁ ସେହି ପରିବାରର ୫ ବର୍ଷର ଜଣେ ପୁଅ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କୁନି ଝିଅ ସହିତ ପୂରା ପରିବାର ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିଲା । ସେପଟେ ବ୍ରଜରାଜନଗର ଅଞ୍ଚଳରୁ ଜଣେ ୪୦ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି । ଗତକାଲି ଝାରସୁଗୁଡ଼ା ମଙ୍ଗଳବଜାରରୁ ଜଣେ ପାଞ୍ଚ ବର୍ଷର ଶିଶୁପୁତ୍ର ଚିହ୍ନଟ ହୋଇଥିଲେ । ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯିବାସହ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଁଚିଛି ।