ବର୍ଷେ ଭିତରେ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ ନ କଲେ ପୁଣି ଦେବାକୁ ପଡ଼ିବ ପରୀକ୍ଷା

1 min read

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ପୁଣି ରାଜ୍ୟରେ କଡ଼ାକଡ଼ି ହେବାକୁ ଯାଉଛି ଟ୍ରାଫିକ୍ ନିୟମ । ଯଦି ରାସ୍ତାରେ ଗାଡ଼ି ଚାଳନା ବେଳେ ଆପଣ ନିୟମ ଭାଙ୍ଗିବେ ତେବେ, ମୋଟା ଅଙ୍କର ତଣ୍ଡ ଗଣିବେ । ଏଭଳି ସ୍ଥିତିରେ ଆପଣ ଡ୍ରାଇଭିଂ ଲାଇସେନ୍ସକୁ ନେଇ ଟେନସନରେ ଅଛନ୍ତି କି ? ଯଦି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଏକ୍ସପାରୀ ହୋଇଯାଇଛି । ଆଉ ଏକ୍ସପାରୀର ବର୍ଷକ ଭିତରେ ଲାଇସେନ୍ସ ରିନ୍ୟୁ କରିନାହାନ୍ତି । ତେବେ, ଆଉ ଥରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ।

ଏଥିସହ ପଢ଼ନ୍ତୁ ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ

ପୂର୍ବରୁ ଲାଇସେନ୍ସ ଏକ୍ସପାରୀର ୫ ବର୍ଷ ଭିତରେ ରିନ୍ୟୁ କରୁନଥିଲେ ତାଙ୍କୁ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ୁଥିଲା । ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁପରେ ପୂର୍ବରୁ ୫ ବର୍ଷ ଥିବା ଅବଧିକୁ କମାଇ ବର୍ଷେ କରି ଦିଆଯାଇଛି । ପରିବହନ ବିଭାଗର ଏହି ନୂଆ ନିୟମ ପରେ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।ନୂଆ ମୋଟର ଯାନ ଆଇନ୍ ମୁତାବକ କୌଣସି ବ୍ୟକ୍ତି ଲାଇସେନ୍ସ ଏକ୍ସପାରୀର ଗୋଟିଏ ବର୍ଷ ପୂର୍ବରୁ, ବର୍ଷେ ବାଦ ରିନ୍ୟୁ ପାଇଁ ଆପ୍ଲାଏ କରିପାରିବେ । ଯଦି, ଏହି ସମୟ ସୀମାଠାରୁ ବିଳମ୍ବ କଲେ ତେବେ ଆପଣଙ୍କୁ ପୁଣିଥରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ।

https://nandighoshatv.comfrom-first-december-traffic-rules-may-be-tight-in-odisha-again/

 

Leave a Reply