ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର, ମେଡିକାଲରେ ଭର୍ତ୍ତି

ଦାରିଙ୍ଗବାଡି: ବାରହା ଆକ୍ରମଣରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସରୁଲାଇ ଗାଁର ଜଣେ ବୃଦ୍ଧ ଗୁରୁତର । ଆହତ ବ୍ୟକ୍ତି ହେଲେ ଗାଟିସା ପ୍ରଧାନ ।ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖରା ଦିନିଆ ଧାନ ଚାଷ ପାଇଁ ପ୍ରତିଦିନ ଭଳି ଗତକାଲି ବିଲକୁ କାମ କରିବାକୁ ଯାଇଥିଲେ ଗାଟିସା । ହେଲେ ସେଠାରେ ଏକ  ବାରହା ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା । ଗାଟିସା ଚିତ୍କାର କରିବାରୁ ଆଖପାଖରେ ଥିବା ଲୋକେ ଧାଇଁ ଆସିବାରୁ ବାରହାଟି ପଳାଇଥିଲା । ଗାଟିସାଙ୍କ ଦୁଇ ଗୋଡ଼, ଜଙ୍ଘ ଓ ବାମ ହାତରେ କ୍ଷତ ହୋଇଥିବା ଜଣାପଡ଼ିଛି ।