ଡାକ୍ତର ବାବୁଙ୍କ ନିଆରା ପ୍ରୟାସ; ୧ ଟଙ୍କାରେ ଡାକ୍ତରୀ ସେବା ସହ ଦେଉଛନ୍ତି ଔଷଧ
1 min read
ପାଟକୁରା: ୧ ଟଙ୍କାରେ ମିଳିଲା ରୋଗୀଙ୍କୁ ଡାକ୍ତରୀ ସେବା ଏବଂ ଔଷଧ। ଏଭଳି ଏକ ନିଆରା ପ୍ରୟାସ କରି ଚର୍ଚ୍ଚାରେ ବୁର୍ଲା ମେଡିକାଲରେ କାର୍ଯ୍ୟରତ ଡାକ୍ତର ଶଙ୍କର ରାମ ଚନ୍ଦନୀ । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଆନୁକୂଲ୍ୟରେ ଡାକ୍ତର ଶଙ୍କର ରାମ ଚନ୍ଦାନୀ ପାଟକୁରା ଅଞ୍ଚଳକୁ ଆସିଥିଲେ । ଡେରାବିଶ ବ୍ଲକର ବସପୁର ଓ ମାର୍ଶାଘାଇ ବ୍ଲକର କରିଲୋ ପାଟଣା ଅଞ୍ଚଳର ଅନେକ ଚାଷୀ ମାନଙ୍କର ବିଭିନ୍ନ ରୋଗର ଚିକିତ୍ସା କରିଥିଲେ । ଖାଲି ଏତିକି ନୁହେଁ ନିଜେ ଚାଷ ଜମିକୁ ଯାଇ ସେଠାରେ ଅସ୍ଥାୟୀ ଭାବେ କିସାନ କ୍ଲିନିକ ଖୋଲିଥିଲେ ।
ଆଉ ୧ ଟଙ୍କା ପାରିଶ୍ରମିକ ନେଇ ଚାଷୀ ମାନଙ୍କ ବିଭିନ୍ନ ପ୍ରାଥମିକ ରୋଗର ଚିକିତ୍ସା କରିବା, ଚେକଅପ କରାଇବା ସହ ସେମାନଙ୍କୁ ପର୍ଯ୍ୟାପ୍ତ ଔଷଧ ମଧ୍ୟ ୧ ଟଙ୍କା ମୂଲ୍ୟରେ ଯୋଗାଇଥିଲେ। ଚାଷୀ ମାନଙ୍କ କର୍ମମୟ ସମୟ ନଷ୍ଟ ନ ହେବା ପାଇଁ ଡାକ୍ତର ବାବୁ ନିଜେ ଚାଷ କ୍ଷେତ କୁ ଯାଇ ଚାଷୀ ମାନଙ୍କ ଶରୀର ପରୀକ୍ଷା କରିବା ସହ ରୋଗ ଅନୁଯାୟୀ ଔଷଧ ଦେଇଥିଲେ । ଏଭଳି ଏକ ନିଆରା ମହତ କାର୍ଯ୍ୟକ୍ରମର ପ୍ରୟାସ ଦ୍ୱାରା ଗରିବ ଚାଷୀ ମାନେ ଉପକୃତ ହେଇଥିଲେ। ଆଉ ଡାକ୍ତର ବାବୁଙ୍କ ଏଭଳି କାର୍ଯ୍ୟକ୍ରମରେ ତାଙ୍କୁ ସହଯୋଗ କରିଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା।
କୃଷି କାର୍ଯ୍ୟରେ ସଦା ସର୍ବଦା ଲିପ୍ତ ଥିବା କୃଷକ ମାନେ ବ୍ୟସ୍ତ ବହୁଳ ଜୀବନ ଭିତରେ ସମୟ ଅଭାବରୁ ନିଜ ସ୍ୱାସ୍ଥ୍ୟ ପ୍ରତି ଏତେ ସଚେତନ ନଥିବାରୁ ଡାକ୍ତର ଶଙ୍କର ରାମ ଚନ୍ଦlନୀ ବିଭିନ୍ନ ଅଞ୍ଚଳରେ ଏହି ଭଳି କିଷାନ କ୍ଲିନିକ ଖୋଲି ମାତ୍ର ଏକ ଟଙ୍କା ମୂଲ୍ୟରେ ରୋଗୀ ସେବା ଓ ଆବଶ୍ୟକୀୟ ଔଷଧ ଯୋଗାଇ ଦେଉଛନ୍ତି।