ମଧ୍ୟପ୍ରଦେଶରେ ଗୋଟିଏ ପର୍ଯ୍ୟାୟ ଚାଲିଛି ନିର୍ବାଚନ, ଛତିଶଗଡରେ ୭୦ ଆସନରେ ପଡ଼ୁଛି ଭୋଟ୍

ନନ୍ଦିଘୋଷ ବ୍ୟୁରୋ : ଭୋଟ ଦେଉଛି ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶରେ ଗୋଟିଏ ପର୍ଯ୍ୟାୟ ଚାଲିଛି ନିର୍ବାଚନ । ମଧ୍ୟପ୍ରଦେଶର ସମସ୍ତ ୨୩୦ ଆସନରେ ଗୋଟିଏ ଦିନରେ  ଭୋଟିଂ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ପ୍ରାୟ ୫ କୋଟି ୬୦ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ ଲକ୍ଷ ୩୬ ହଜାର ଯୁବ ଭୋଟର । ବୁଧନି ଆସନରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଲଢୁଥିବାବେଳେ ତାଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତ ବିକ୍ରମ ମସ୍ତାଲ । ଛିନ୍ଦଓ୍ବାଡାରେ କମଲନାଥଙ୍କ ବିରୋଧରେ ଲଢୁଛନ୍ତି ବିଜେପିର ବିବେକ ବଣ୍ଟି ସାହୁ । ଦିମାନି ଆସନରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଅଛନ୍ତି ମଇଦାନରେ । Chhattisgarh Election Phase 2 voting: Check key candidates, constituencies  and poll issues | Mint

ଅନ୍ୟପଟେ ଛତିଶଗଡରେ ଅବଶିଷ୍ଟ ୭୦ ଆସନ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ । ୨୨ଟି ଜିଲ୍ଲାରେ ୧୮ ହଜାର ୮୩୩ ବୁଥରେ ମତଦାନ କରୁଛନ୍ତି ୧ କୋଟି ୬୩ ଲକ୍ଷ ୧୪ ହଜାରରୁ ଅଧିକ ଭୋଟର । ୭୦ ଆସନ ଲାଗି ଅଛନ୍ତି ୮୨୭ ପୁରୁଷ ଓ ୧୩୦ ମହିଳା ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ  ବିଜେପିର ୭୦, କଂଗ୍ରେସର ୭୦, ଆପର ୪୩, ଜନତା କଂଗ୍ରେସ ଛତିଶଗଡର ୬୨, ହମାର ରାଜ୍ ପାର୍ଟିର ୩୩ ପ୍ରାର୍ଥୀ ରହିଛନ୍ତି । ସେହିପରି ବିଏସପିର ୪୩ ଓ ଗୋନ୍ଦଓ୍ବାନା ଗଣତନ୍ତ୍ର ପାର୍ଟିର ୨୬ ପ୍ରାର୍ଥୀ ଅଛନ୍ତି । ପାଟନ ଆସନରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିର୍ବାଚନ ଲଢୁଥିବାବେଳେ ଉପମୁଖ୍ୟମନ୍ତ୍ରୀ ଟିଏସ ସିଂଦେଓ ଅମ୍ବିକାପୁରରୁ ଲଢୁଛନ୍ତି । ବାଚସ୍ପତି ଚରଣଦାସ ମହାନ୍ତ ଶକ୍ତି ଆସନରୁ ଲଢୁଥିବାବେଳେ ରାଜ୍ୟର ୮ ଜଣ ମନ୍ତ୍ରୀ ପ୍ରତିଦ୍ବନ୍ଦ୍ବିତାରେ ରହିଛନ୍ତି । ସେହିପରି ଦୁର୍ଗ ରୁରାଲରୁ ତାମରଧ୍ବଜ ସାହୁ, ସାଜା ଆସନରୁ ରବୀନ୍ଦ୍ର ଚୌବେ ନିର୍ବାଚନ ଲଢୁଛନ୍ତି ।