spot_img

Latest Posts

ପ୍ରବଳ ବର୍ଷାରେ ଘର କାନ୍ଥ ଭୁଷୁଡ଼ି ଜଣଙ୍କର ମୃତ୍ୟୁ, ସେପଟେ ବାଇକ୍‌ ସହ ଭାସିଗଲେ ଜଣେ ଯୁବକ

କେନ୍ଦ୍ରାପଡ଼ା/ବରଗଡ଼: ଗଭୀର ଅବପାତର ରୂପ ନେବା ପରେ ବଢ଼ି ଚାଲିଛି ବର୍ଷାର ପରିମାଣ। ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। ତେବେ ବର୍ଷା କାରଣରୁ କେନ୍ଦ୍ରାପଡ଼ା ପାଟକୁରାର ଗରଦପୁରରେ ଅଘଟଣ ଘଟିଛି। ପ୍ରବଳ ବର୍ଷା କାରଣରୁ ବଡ଼ବେତରା ଗାଁରେ ଘର କାନ୍ଥ ଭୁଷୁଡ଼ି ପଡ଼ିଛି। ଘର କାନ୍ଥ ଭୁଷୁଡ଼ିବା ଫଳରେ କାନ୍ଥ ତଳେ ଚାପି ହୋଇ ଜଣଙ୍କର ମୃତ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ୭୦ ବର୍ଷୀୟ ଅଭୟ କୁମାର ମହାପାତ୍ର ଓ ଆହତ ଜଣକ ହେଉଛନ୍ତି ବୋହୁ କଳ୍ପନା ମହାପାତ୍ର।

ସେପଟେ ନଦୀ ପାଣି ସୁଅରେ ଭାସି ଯାଉଥିଲେ ବାଇକ ଆରୋହୀ। ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଘଟଣା ଘଟିଛି ଅମ୍ବାପାଲି ଓ ବରଗଡ଼ ସହରକୁ ସଂଯୋଗ ଜିରା ନଦୀ ଉପରେ ନିର୍ମିତ ଅସ୍ଥାୟୀ ରାସ୍ତାରେ ପାଣି ସୁଅରେ ଅସ୍ଥାୟୀ ରାସ୍ତା ଦିନକୁ ଦିନ ଧୋଇ ହୋଇ ଯାଉଛି। ବାଇକରେ ଆସୁଥିବା ଜଣେ ବ୍ୟକ୍ତି ଏହି ରାସ୍ତା ଦେଇ ଆସୁଥିବା ସମୟରେ ବାଇକ ସହ ବାଇକ ଆରୋହୀ ଜଣକ ଭାସିଯାଉଥିବା ବେଳେ ସ୍ଥାନୀୟ ଲୋକ ବ୍ୟକ୍ତି ଓ ବାଇକକୁ ଉଦ୍ଧାର କରିଛନ୍ତି।

ଲଗାଣ ବର୍ଷାରେ ଭୁଷୁଡ଼ିଲା ୧୦୦ ବର୍ଷର ପୁରାତନ କୋଠା। ବ୍ରହ୍ମପୁର କାମ୍ପ ସାହିରେ ଥିବା ଅତି ପୁରାତନ ଆନ୍ଧ୍ରା ମହିଳା ସମାଜମ୍ ପାଠାଗାର କୋଠା ଲଗାଣ ବର୍ଷାରେ ଭୁଷୁଡ଼ି ପଡିଛି। ଫଳରେ ପାଠାଗାରରେ ଥିବା ସମସ୍ତ ପୁସ୍ତକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତା ସହ ଅନେକ ସାମଗ୍ରି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

Latest Posts

Don't Miss