ଭାରତୀୟ ବିମାନ ହାଇଜାକ ଘଟଣା: ୯ଦିନ ମଧ୍ୟରେ ୨ଜଣ ଆତଙ୍କବାଦୀଙ୍କୁ ହତ୍ୟା

1 min read

ନୂଆଦିଲ୍ଲୀ: ଭାରତୀୟ ବିମାନ ଆଇସି ୮୧୪ର ଆଉ ଜଣେ ଅପହରଣକାରୀ ଜଫରୁଲ୍ଲା ଜମାଲୀକୁ କରାଚିରେ ହତ୍ୟା କରାଯାଇଛି । ଗତ ସପ୍ତାହରେ ଦୁଇ ଜଣ ଦୁର୍ବୃତ ବାଇକରେ ଆସି ଜଫରୁଲ୍ଲାର ଆଉ ଜଣେ ସହଯୋଗୀ ଜହୁର ମିସ୍ତ୍ରୀକୁ ହତ୍ୟା କରିଥିଲେ । ଭାରତୀୟ ବିମାନକୁ ହାଇଜାକ କରିବା ସମୟରେ ମିସ୍ତ୍ରୀ ଜଣେ ନବବିବାହିତ ଭାରତୀୟ ଯାତ୍ରୀ ରୁପିନ କାତ୍ୟାଲକୁ ହତ୍ୟା କରିଥିଲା । କାତ୍ୟାଲକୁ ସେତେବେଳେ ହତ୍ୟା କରାଯାଇଥିଲା ଯେତେବେଳେ ହାଇଜାକ ବିମାନକୁ ଡିସେମ୍ବର ୧୯୯୯ରେ ଆତଙ୍କବାଦୀମାନେ ଦୁବାଇରେ ଅବତରଣ କରିବାକୁ ବାଧ୍ୟ କରିଥିଲେ ।

ତେବେ ଜଫରୁଲ୍ଲା ଜମାଲୀ ହେଉଛି ଆତଙ୍କବାଦୀ ମୁଖିଆ ଯିଏ କି ଇଣ୍ଡିଆନ ଏୟାରଲାଇନ୍ସର ବିମାନକୁ ହାଇଜାକ କରିନେଇଥିଲେ । ୫ଜଣ ଅପହରଣକାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ସୁଧା ୨ଜଣ ଜୀବିତ ଅଛନ୍ତି । ସେମାନେ ହେଉଛନ୍ତି ଇବ୍ରାହିମ ଅଜହର ଏବଂ ରଊଫ ଅସଗର । ସେତେବେଳେ ଅଟଳ ବିହାରୀ ବାଜପେୟୀ ସରକାର ଭାରତରେ ସମସ୍ତ ରାଜନୈତିକ ଦଳ ସହିତ ପରାମର୍ଶ ପରେ, ହାଇଜାକ ହୋଇଥିବା ବିମାନକୁ ମୁକୁଳାଇବା ପାଇଁ ମୌଲାନା ମସୁଦ ଅଜହର (ଯିଏ କି ଭାରତୀୟ ଜେଲରେ ବନ୍ଦିଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀ) ଛଡ଼ାଯାଇଥିଲା ।

ତେବେ ସପ୍ତାହେ ପୂର୍ବରୁ କରାଚିର ଅଖ୍ତର କଲୋନୀରେ ବାଇକରେ ଯାଉଥିବା ଦୁଇଜଣ ଦୁର୍ବୃତ୍ତ ମିସ୍ତ୍ରୀକୁ ଗୁଳି କରି ହତ୍ୟା କରିଥିଲେ । ମିସ୍ତ୍ରୀ ତାର ପରିଚୟ ବଦଳାଇ କରାଚିରେ ଲୁଚି ରହିଥିଲା ।  ଏବଂ ସେହିପରି ଜମାଲୀ ତାର ପରିଚୟ ବଦଳାଇ କରାଚିରେ ଫର୍ଣ୍ଣିଚର ବ୍ୟବସାୟ କରୁଥିବୂା ସ୍ପଷ୍ଟ ହୋଇଛି ।

IC-814 – ଘଟଣାଟି ହେଉଛି ୧୯୯୯ର ଯେତେବେଳେ ଭାରତୀୟ ବିମାନକୁ ହାଇଜାକ କରାଯାଇଥିଲା ।  ୫ଜଣ ଅପହରଣକାରୀ ୧୫ଜଣିଆ ପାଇଲଟ ଦଳ ସମେତ ୧୭୬ଜଣ ଯାତ୍ରୀଙ୍କ ସମେତ ୧୯୧ଜଣଙ୍କ ସହ ବିମାନଟି ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ପରେ ଏହି ବିମାନଟିକୁ ଅପହରଣକାରୀମାନେ ହାଇଜାକ କରିଥିଲେ । ଏହି ଘଟଣାରେ ଜଣଙ୍କର ମୃତ୍ୟ ହୋଇଥିଲା । ବିମାନଟି ଉଡ଼ାନ ଭରିବାର କିଛି ସମୟ ପରେ ହିଁ ୫ଜଣ ମୁଖା ପିନ୍ଧା ଆତଙ୍କବାଦୀ ଏହାକୁ ହାଇଜାକ କରିନେଇଥିଲେ । ଏବଂ ତାଙ୍କର ଦାବି ଭାରତୀୟ ଜେଲରେ ବନ୍ଦିଥିବା ୩ଜଣ ଆତଙ୍କବାଦୀଙ୍କୁ ଛାଡ଼ିବା । ତେବେ ଅନେକ ଆଲୋଚନା ପରେ ଏମାନଙ୍କୁ ଛାଡ଼ିବାକୁ ଭାରତ ସରକାର ସେ ସମୟରେ ରାଜି ହୋଇଯାଇଥିଲେ । ତେବେ ଏସବୁ ମଧ୍ୟରେ ଅପହରଣକାରୀଙ୍କ ଦ୍ୱାରା ହାଇଜାକ ହୋଇଥିବା ବିମାନର ଜଣେ ବ୍ୟକ୍ତିଙ୍କ ପ୍ରାଣ ଯାଇଥିଲା । ତେବେ ବିଗତ ୯ଦିନରେ ୨ଜଣ ଆତଙ୍କବାଦୀଙ୍କ ହତ୍ୟା ପରେ ଏହାର କାରଣ ଭାରତୀୟ ଗୁପ୍ତଚର ହୋଇପାରନ୍ତି ବୋଲି କୁହାଯାଉଛି । କାରଣ କୁହାଯାଉଛି IC-814କୁ ଯେଉଁମାନେ ହାଇଜାକ କରିଥିଲେ ଭାରତ ସେମାନଙ୍କୁ ଜଣ ଜଣ କରି ନିହତ କରିବାକୁ ମିଶନ ଜାରି ରଖିଛି ।