ରାଜ୍ୟରେ ଆଉ ଜଣେ କରେନା ସଂକ୍ରମିତ ଚିହ୍ନଟ ଓ ୫ ରୋଗୀ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସକାଳେ ପ୍ରଥମେ ୧୪ କରୋନା ପଜିଟିଭ ବାହାରି ଥିବା ବେଳେ ପୁଣି ୩ ଜଣ ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି  । ଏବେ ପୁଣି ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି ।

ସଂକ୍ରମିତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଏବଂ ସଂକ୍ରମିତ ଜଣଙ୍କ ୨୬ ବର୍ଷର ଏବଂ ସେ ସୁରଟ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି । ଏବଂ ଏହା ସହ ଗଞ୍ଜାମରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୪କୁ ବୃଦ୍ଧି ପାଇଛି ।

ଅପରପକ୍ଷରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  ବଢ଼ିବା ସହ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଶନିବାର ସୁସ୍ଥ ହୋଇଛନ୍ତି ଆଉ ୫ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରେ ୪ ଜଣ ବାଲେଶ୍ୱରର ହୋଇଥିବା ବେଳେ ଜଣେ ଯାଜପୁରର । ଏଥିସହିତ ରାଜ୍ୟରେ ମୋଟ ୬୮ଜଣ ରୋଗୀ ସୁସ୍ଥ ହେଲେଣି ।

Leave a Reply