ଗଞ୍ଜାମରୁ ଆଉ ଜଣେ ପଜିଟିଭ ଚିହ୍ନଟ… ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି

ଗଞ୍ଜାମ: ଗଞ୍ଜାମରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫେରନ୍ତାଙ୍କ ଚିନ୍ତାରେ ରହିଛି ଗଞ୍ଜାମ ଜିଲ୍ଲା । ଏଥିସହ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ମୋଟ ୪ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓ୍ବେବସାଇଟ୍‌ରେ ଏନେଇ ସୂଚନା ଦିଆଯାଇଛି । ଗଞ୍ଜାମର ନୂଆ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି । ପୂର୍ବରୁ ଗଞ୍ଜାମରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗଞ୍ଜାମୃରୁ ଚିହ୍ନଟ ଏହି ୩ ଆକ୍ରାନ୍ତଙ୍କର ସୁରତ ଲିଙ୍କ ରହିଥିଲା।

ଏବେ ରାଜ୍ୟରେ ୧୧୫ ଟି କରୋନା ଆକ୍ଟିଭ କେସ ରହିଛି । କରୋନା ସଂକ୍ରମଣରେ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି । ତେବେ ଖୋର୍ଦ୍ଧା ଜିଲ୍ଲାର ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

Leave a Reply