ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଆଉ ଏକ ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ବ୍ୟକ୍ତି ଜଣକ ଯାଜପୁରର ବୋଲି ଜଣାପଡିଛି । ପୂର୍ବରୁ ମଧ୍ୟ ଯାଜପୁରର ଜଣେ ସଂକ୍ରମିତ ହୋଇଥିଲେ ହେଲେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଯାଜପୁରର ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ମୋଟ୍‌ ୪ ହଜାର ୭୩୪ଟି ସାମ୍ପଲ ପରୀକ୍ଷା କରାଯାଇଥିବା ବେଳେ ୫୬ଜଣ ସଂକ୍ରମିତ ଚିହ୍ନଟ କରାଯାଇଛନ୍ତି । ତେବେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ୍‌ ୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତକାଲି ୫୬୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା ।

କରୋନା ସଙ୍କଟ ମଧ୍ୟରେ ରାଜ୍ୟ ପାଇଁ ଭଲ ଖବର ଆସିଛି । ଆଉ ୫ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏମାନେ ସମସ୍ତେ ଭୁବନେଶ୍ୱରର ବୋଲି ଜଣାପଡିଛି । ପୂର୍ବରୁ ରାଜ୍ୟର ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣ ଘରକୁ ଫେରିଥିବାବେଳେ ଅନ୍ୟ ସମସ୍ତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା ।

ତେବେ ପୂର୍ବ ୧୩ ଜଣଙ୍କୁ ଛାଡ଼ି ଏବେ ଆଉ ୫ ଜଣ ସୁସ୍ଥ ହୋଇଥିବା ବେଳେ, ମୋଟ୍‌ ୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୂର୍ବରୁ ଭୁବନେଶ୍ୱର ୫ ଜଣ, ଭଦ୍ରକରେ ୨ ଜଣ, କଟକ, ଯାଜପୁର ଓ ପୁରୀର ଜଣେ ଲେଖାଏଁ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍‌ ୫୫ଟି ସଂକ୍ରମିତ ମାମଲାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୩ ଜଣ ସୁସ୍ଥ ହେବା ପରେ ୩୬ଟି ମାମଲା ସକ୍ରିୟ ରହିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର କରୋନା ଲକ୍ଷଣ ନଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା।

Leave a Reply