ପୁଣି ଏକ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

1 min read

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଗଞ୍ଜମା ଜିଲ୍ଲାର ୫୫ ବର୍ଷୀୟ ପୁରୁଷ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ଗଞ୍ଜାମ ଜିଲ୍ଲାରେ କରୋନାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ୯ରେ ପହଞ୍ଚିଛି ।

ଚିକିତ୍ସାଧୀନ ଅବସ୍ଥାରେ ୫୫ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେ ଯକ୍ଷ୍ମା ସହ ଅନ୍ୟ ରୋଗରେ ପୀଡ଼ିତ ଥିଲେ । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ୪ ଜଣ, କଟକ ଜିଲ୍ଲାରେ ଜଣେ, ଗଞ୍ଜାମ ଜିଲ୍ଲାରେ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ।

ଗଞ୍ଜାମ ଜିଲ୍ଲାରେ ଏଯାବତ୍ ୫୯୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୩୯୬ ଜଣ ସୁସ୍ଥ ହୋଇଥିବା ବେଳେ କୋଭିଡ୍ ହସ୍ପିଟାଲରେ ୧୯୮ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଆଜି ରାଜ୍ୟରେ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସଂକ୍ରମିତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ସୁସ୍ଥ

Leave a Reply