ଜଣେ କରୋନ ପଜିଟିଭ୍ ଚିହ୍ନଟ ପରେ ଯାଜପୁରରେ ୨ ଗାଁ କୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ଯାଜପୁର ଜିଲ୍ଲାର ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗାଁରୁ ଜିଲ୍ଲାର ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହେବାପରେ ଯାଜପୁରରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨ ହୋଇଛି । ଦ୍ୱିତୀୟ ଆକ୍ରାନ୍ତ ଜଣେ ପୁରୁଷ ହୋଇଥିବାବେଳେ ତାଙ୍କୁ ୬୬ବର୍ଷ ବୋଲି ଜଣାପଡିଛି ।

ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରୀ

ସଂକ୍ରମିତ ଜଣଙ୍କ କୋଲକାତାରୁ ଗତ ୨୮ ତାରିଖରେ ଏକ ଟାଟା ମ୍ୟାଜିକ ଗାଡ଼ିରେ ୧୮ ଜଣଙ୍କ ସହ ଯାତ୍ରା କରିଥିଲେ । ପାଣିକୋଇଲି ଓ କୋରେଇ ଅଞ୍ଚଳରେ ୧୦ ଜଣ ଓହ୍ଲାଇ ଯାଇଥିବା ବେଳେ ଆକ୍ରାନ୍ତ ଜଣକ ଏକ ମାଛ ଗାଡ଼ିରେ ଯାଜପୁର ଅଭିମୁଖେ ବାହାରି ଘରେ ପହଞ୍ଚିଥିଲେ । ପ୍ରଶାସନ ଏହା ଜାଣିବା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖିବା ସହ ସ୍ୱାବ ଟେଷ୍ଟ ପାଇଁ ନମୁନା ପଠାଯାଇଥିଲା । ଯାହା ଏବେ ପଜିଟିଭ ଆସିଛି ।

କଣ୍ଟେନମେଣ୍ଟରେ ୨ଟି ଗାଁ

ତେବେ ଏହି କରୋନା ଆକ୍ରାନ୍ତ ସାନିତ୍ରିଲୋଚନପୁରରୁ ଚିହ୍ନଟ ହେବାପରେ ସାନତ୍ରିଲୋଚନପୁର, ସହିପୁର ସମେତ ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏଥିସହିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସମସ୍ତଙ୍କ ନମୁନା ପରୀକ୍ଷା ସହ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply