ନେତାଙ୍କ ଭିତରେ ବଢ଼ୁଛି ସଂକ୍ରମଣ, ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ

One More BJD MLA Found Corona Positive

ବାଲେଶ୍ୱର: ପୁଣି ଜଣେ ବିଧାୟକ କରୋନା ଆକ୍ରାନ୍ତ । ଦେଶ ସମେତ ସାରା ରାଜ୍ୟରେ ଏବେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଓଡ଼ିଶାରେ କରେନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି ବୋଲି କୁହାଯାଉଥିଲେ ମଧ୍ୟ ଏବେ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏହି ସଂକ୍ରମଣ ଜାଲରେ ଏବେ ଆଉ ଜଣେ ବିଜେଡି ବିଧାୟକ ପଡ଼ିଛନ୍ତି । ପୁଣି ଜଣେ ବିଜେଡି ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ବିଧାୟକଙ୍କୁ ମିଶାରେ ରାଜ୍ୟରେ ଏବେ ମୋଟ୍‌ ତିନି ଜଣ ବିଧାୟକ ଆକ୍ରାନ୍ତ ହୋଇ ସାରିଲେଣି । ସେଥିମଧ୍ୟରୁ ଦୁଇ ଜଣ ବିଜେଡିର ହୋଇଥିବା ବେଳେ ଜଣେ ବିଜେପିର ।

ପ୍ରଥମେ ନିଳଗିରି ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଦ୍ୱିତୀୟରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କରୋନା ଆକ୍ରାନ୍ତ ହୋଇଛନ୍ତି ।

ଏନେଇ ବିଧାୟକ ନିଜେ ସ୍ପଷ୍ଟ କରିଛନ୍ତି । ତେବେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜଲ୍ଲା ପ୍ରଶାସନର ପରାମର୍ଶ ନେଇଛନ୍ତି । ତାଙ୍କୁ ଏବେ ସ୍ୱତନ୍ତ୍ର କୋଭିଡ୍‌‌ ହସ୍‌ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି ।

ପୂର୍ବରୁ ସଦର ବିଧାୟକଙ୍କ ଏକାଦଶାହରେ ଯୋଗଦେଇଥିଲେ ଶ୍ରୀ ପରିଡ଼ା । ଏହାପରେ ସେ ନିଜକୁ ହୋମ୍‌କ୍ୱାରେଣ୍ଟାଇନ୍‌ରେ ରଖିଥିଲେ । ଗତ ୧୧ ତାରିଖରେ ତାଙ୍କ ସ୍ୱାବ୍‌ ପରୀକ୍ଷା ପାଇଁ ପଠା ଯାଇଥିଲା । ଏବେ ରିପୋର୍ଟ ପଜିଟିଭ୍‌ ଆସିଛି ।

Leave a Reply