ଅନୁଗୁଳରେ ହାତୀ ଉପଦ୍ରବ, ଜଣେ ମୃତ ଓ ଅନ୍ୟଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଉପଦ୍ରବ। ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବଡ଼କନ୍ତକୁଳ ଗାଁର ମୁନି ପ୍ରଧାନ ଓ ଗୌରୀ ରାଉଳ ଆଜି ଭୋରରୁ ଗାଁ ମୁଣ୍ଡ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେଠାରେ ଏକ ହାତୀ ଛକି ରହିଥିବା ସେମାନେ ଜାଣି ପାରିନଥିଲେ।
ଉଭୟ ଆମ୍ବ ଗୋଟାଉଥିବା ବେଳେ ହଠାତ ହାତୀଟି ସେମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ମୁନି ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା । ଆହତ ଗୌରୀଙ୍କୁ ଗାଁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି । ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି ।